ଜେଏମ୍ଏଫସି କୋର୍ଟ ଉଦଘାଟିତ

 କାକଟପୁର : କାକଟପୁରରେ ଜୁନିୟର ସିଭିଲ୍ କମ୍  ଜେଏମ୍ଏଫସି  କୋର୍ଟ ମଙ୍ଗଳ ବାର ଉଦ୍ଘାଟନ ହୋଇଯାଇଛି  । ଏହି ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଭାସୀ ମାଧ୍ୟମରେ ନୃତନ କୋର୍ଟ ଗୃହର ଉଦ୍ଘାଟନ କରିଥିଲେ  । ଉଦ୍ଘାଟନ ବେଳେ ହାଇକୋର୍ଟର ଅନ୍ୟ ବିଚାରପତିମାନେ ନୃତନ କୋର୍ଟର ସୁପରିଚାଳନା, ସାମ୍ବିଧାନିକ ବ୍ୟବସ୍ଥା ଓ ନ୍ୟାୟିକ ବ୍ୟବସ୍ଥାରେ ସମସ୍ତେ ସହଯୋଗ କରିବାକୁ ମତବ୍ୟକ୍ତ କରିଥିଲେ  । କାକଟପୁର କୋର୍ଟରେ ନୃତନ ଭାବେ ଯୋଗଦେଇଥିବା ବିଚାରପତି ଶ୍ରୀଚନ୍ଦନ ଦାଶ, ପୁରୀଜିଲ୍ଲା ଅତିରିକ୍ତ ଦୌରାଜଜ ଚିନ୍ମୟ ମିଶ୍ର, ଜିଲ୍ଲା କୋର୍ଟ ମ୍ୟାନେଜର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୌମ୍ୟରଞ୍ଜନ ମଲ୍ଲିକ, ଏସଡିପିଓ ଜନାର୍ଦ୍ଦନ ପାଢ଼ୀ,କୋର୍ଟ କର୍ମଚାରୀ, କାକଟପୁର ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ, ତହସିଲଦାର ଅଙ୍କିତା ଅନିନ୍ଦିତା, ବିଡିଓ ବିଷ୍ଣୁ ଗୋବିନ୍ଦ, ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ଅନିଲ କୁମାର ଦୀକ୍ଷିତ, ଆଇନଜୀବୀ ପ୍ରଫୁଲ୍ଲ ନାୟକ, ଅଶୋକ ଦାଶ, ଅଶୋକ ନାୟକ, କମଳ ଲୋଚନ ଦୀକ୍ଷିତ, ଲୁଲୁ ଖୁଣ୍ଟିଆ,ଓ ଅନ୍ୟାନ୍ୟ ପୁଲିସ୍ ବନ୍ଧୁ ସାଧାରଣ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରରେ ସାମିଲ ହୋଇଥିଲେ  । ଆଜିଠୁ ନୃତନ କୋର୍ଟ କାର୍ଯ୍ୟକାରୀ ହୋଇଥିଲା ବେଳେ ଦୁଇଟି ମାମାଲାରେ ସାକ୍ଷୀ ଗ୍ରହଣ କରିବା ସୂଚନା ମିଳିଛି  । ଗ୍ରାମାଞ୍ଚଳ ଲୋକଙ୍କୁ ନ୍ୟାୟ ଯୋଗାଇଦେବାକୁ କାକଟପୁର ବ୍ଲକ ପରିସରରେ ସୀମିତ ଜାଗାରେ କୋର୍ଟ କାର୍ଯ୍ୟକାରୀ ହୋଇଥିଲା ବେଳେ ମୋଟ ୬ ଜଣ କର୍ମଚାରୀ ନିଯୁକ୍ତି ପାଇବା ଓ ଆଇନଜୀବୀ ବସିବା ପାଇଁ ଆସ୍ଥାୟୀ ବାର ବ୍ୟବସ୍ଥା କରାଯାଇଛି  । ବହୁ ପ୍ରତୀକ୍ଷା ପରେ କାକଟପୁର ଠାରେ କୋର୍ଟ ଖୋଳୁଥିବାରୁ ସାଧାରଣ ଲୋକଙ୍କ ମନରେ ଉସôାହ ଦେଖିବାକୁ ମିଳିଛି  ।