ପ୍ରାଣୀ ସମ୍ପଦର ଉନ୍ନତିରେ ଚାଷୀର ପ୍ରଗତି: ଜିଲ୍ଲାପାଳ

ନୂଆପଡା : ନୂଆପଡା ଜିଲ୍ଲାରେ ମସô୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ବିଶ୍ୱପ୍ରାଣୀ ଚିକିସôା ଦିବସ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିସôାଧିକାରୀ ଡଃ ଆଲୋକ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜଳ ବିଭାଜିକା ପ୍ରକଳ୍ପ ଉପ ନିଦେ୍ର୍ଦଶକ ରଶ୍ମି ରଞ୍ଜନ ପାତ୍ର ଯୋଗଦେଇଥିଲେ । ଡଃ ନାୟକ ସ୍ୱାଗତ ସମ୍ଭାଷଣ ସହିତ ପଶୁ ପାଳକ ଚାଷୀମାନଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁମୁଖି ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ । ସମନ୍ୱିତ ଚାଷ ପ୍ରଣାଳୀ ଅନୁସରଣ କଲେ ଜଣେ ଚାଷୀ ନିଶ୍ଚିତ ଭାବରେ ଲାଭବାନ ହେବ ବୋଲି ସେମାନେ କହିଥିଲେ । ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ନୂଆପଡା ଜିଲ୍ଲାରେ ପ୍ରାଣୀ ସମ୍ପଦ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ପ୍ରାଣୀ ସମ୍ପଦର ବିକାଶ ହେଲେ ମଣିଷର ଉନ୍ନତି ହେବ । ଆଜିର ଏହି ସମାରୋହରେ ଜିଲ୍ଲାର ସମସ୍ତ ବ୍ଲକ୍ରୁ ଶତାଧିକ ପଶୁ ପାଳକ ଚାଷୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ସରକାରଙ୍କ ବିଭିନ୍ନ ସହାୟତା ସମ୍ୱନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା । ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ବିଶେଷଜ୍ଞ ମାନେ ଦେଇଥିଲେ । ସଭାକୁ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିସôାଧିକାରୀ ଡଃ ବାଳକୃଷ୍ଣ ଦ୍ୱିବେଦୀ ସଂଯୋଜନା କରିଥିବା ବେଳେ ମଣ୍ଡଳ ପ୍ରାଣୀ ଚିକିସôାଧିକାରୀ, ସିନାପାଲି ଡଃ କୃଷ୍ଣଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।