ପ୍ରାଥମିକ ବିଦ୍ୟାଳୟ ଦ୍ୱିତୀୟ ବାର୍ଷିକୋସବ
ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ଏକ ନମ୍ବର ୱାର୍ଡ, ମୁକ୍ତାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଦ୍ୱିତୀୟ ବାର୍ଷିକୋସôବ ପାଳିତ ହୋଇଯାଇଛି ।ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସାହିନା ପରବିନ ଅଧ୍ୟକ୍ଷତା କରି ଥିବା ବେଳେ ମୁଖ୍ୟ ଅତିଥି ଗୋଷ୍ଠÿୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାୟକ, ମୁଖ୍ୟ ବକ୍ତା ମେଜର ଡଃ ରାମ ଚନ୍ଦ୍ର ମିଶ୍ର, ବିଶିଷ୍ଟ ଅତିଥି ନଗରପାଳ ଉଜ୍ଜଳ ଗୁପ୍ତା,ସମ୍ମାନିତ ଅତିଥି ଭାବେ ଏବିଇଓ ଦ୍ୱୟ ମୋତିଲାଲ୍ ବେହେରା ଓ ଜୟଦେବ ପଣ୍ଡା,ଅବସର ପ୍ରାପ୍ତ ସିଆରସିସି ଦେବରାଜ ମହାପତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଧନୁର୍ଜୟ କରୁଆଁ,ତୁଲାରାମ ହଂସ, ନବିନା ବନଗୋଲା,କାଉନସିଲର ସୁଚିଶ୍ମିତା ମହାରଣା,ସିଆରସିସି ଅରୁଣ କୁମାର ନାଗ ପ୍ରମୁଖ ଯୋଗଦେଇ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅରୁଣ କୁମାର ନାଗ ମଞ୍ଚ ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସମ୍ବଲପୁରୀ, ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ମାନ ପତ୍ର ପ୍ରଧାନ କରା ଯାଇଥିଲା ।