ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସବ 

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ମହୁଲଝରନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି  । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱୟ ଜୟଦେବ ପଣ୍ଡା ଓ ପରେଶ କୁମାର ପଣ୍ଡା ,ସିଆରସିସି ବିରଞ୍ଚି ମେହେର ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଙ୍ଗଳ ମାଝୀ ଯୋଗଦାନ କରି ବିଦ୍ୟାଳୟରେ ବାର୍ଷିକ ଉସôବ ପାଳନ କରିବା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆସି ପାରି ଥାଏ ବୋଲି ମତବ୍ୟକ୍ତ କରିଥିଲେ  ।