ବାତ୍ୟାରେ ଭାଙ୍ଗିଲା ଘର; ପକ୍କା ଘର ପାଇଁ ମହିଳାଙ୍କ ଗୁହାରି
ାା ପ୍ରଭାନୁ୍ୟଜ ।ା ବନ୍ତ :ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ଦୋଳପଦୀ ଗ୍ରାମର ଝରଣା ଯେନାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ମିଳୁ ନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ପିତବାସ ଯେନାଙ୍କ ପନôୀ ଝରଣା ଯେନା ଜଣେ ଅନୁସୂଚିତ ଜାତିର ଗରିବ ମହିଳା । ଚାଳ ଛପର ଘରେ ସେ ପରିବାର ବାର ସହ ବହୁ କଷ୍ଟରେ କାଳାତିପାତ କରୁଛନ୍ତି । ଗତ ବାତ୍ୟାରେ ତାଙ୍କର ଘର ଭାଙ୍ଗିଯିବା ଫଳରେ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି । ଏକ ପକ୍କା ଘର ପାଇଁ ସେ ଗତ ଜାନୁଆରି ମାସରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜିଲାପାଳ ଓ ବିଡିଓଙ୍କୁ ଡାକ ଯୋଗେ ଗୁହାରି କରିଥିଲେ । ଏପର୍ଯ୍ୟନ୍ତ ତାଙ୍କୁ ପକ୍କା ଘର ମିଳି ନଥୁବ ଥିବା ସେ କହିଛନ୍ତି । ଶେଷରେ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ ପଠାଇଥିବା କହିଛନ୍ତି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।