ଭଙ୍ଗା କାନ୍ଥ, ଛିଣ୍ଡା ଜରି ତଳେ ସୁରେନ୍ଦ୍ରଙ୍କ ଜୀବନ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା ହୋଇ ଅଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବାବେଳେ, ଜଣେ ଦରିଦ୍ର, ଅସହାୟ ବ୍ୟକ୍ତି ଛିଣ୍ଡାଜରି, ପାଲ ତଳେ ଓ ଭଙ୍ଗା ମାଟି କାନ୍ଥ ମଧ୍ୟରେ ଜୀବନ ନିର୍ବାହ କରୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ରାପଡା ବ୍ଲକ ଅଧିନ ଦୁତିଆଳ ଗ୍ରାମର ସୁରେନ୍ଦ୍ର ନାଥ ସାହୁ (୬୯)ଙ୍କ ପରିବାର ଦୟନୀୟ ଅବସ୍ଥାରେ ଥାଇ ଅନେକଥର ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ କରିଛନ୍ତତ । ମାତ୍ର ରାଜନୈତିକ ସମର୍ଥନ ନଥିବାରୁ ଏହି ଦରିଦ୍ର ବ୍ୟକ୍ତିଙ୍କୁ ଆଜି ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ଭାବେ ଚୟନ କରାଯାଇନାହିଁ । ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟକରି ପରିବାର ଚଳାଉଥିବା ସୁରେନ୍ଦ୍ର ପ୍ରଧାନମନ୍ତୀ ଆବାସ ଯୋଜନା ତାଲିକାରେ ସାମିଲ୍ କରିବା ପାଇଁ ସାଧାରଣରେ ଦାବି ହୋଇଛି ।