ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଆଇନଜୀବୀ

ବ୍ୟାସନଗର: ବ୍ୟାସନଗରରେ କ୍ୟାମ୍ପ କୋର୍ଟ ଖୋଲି ଜମିଜମା ମାମଲାର ତ୍ୱରୀତ ସମାଧାନ ରାଜ୍ୟ ସରକାର ଘୋଷଣା କରିବା ପରେ ଅଞ୍ଚଳର ଆଇନଜୀବୀ ବିଧାୟକ ଆକାଶ ଦାସନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ପ୍ରଚେଷ୍ଟାରେ ବ୍ୟାସନଗର ଠାରେ କ୍ୟାମ୍ପ କୋର୍ଟ ସପ୍ତାହରେ ଦୁଇଦିନ ଖୋଲିବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ନାମା ଜାରି କରିଛନ୍ତି । କ୍ୟାମ୍ପ କୋର୍ଟ ଖୋଲି ଥିବାରୁ ଯାଜପୁର ରୋଡ଼ ଓକିଲ ସଂଘର ସଭାପତି ଅଚୁ୍ୟତାନନ୍ଦ ଦାଶ, ବ୍ୟାସନଗର ଓକିଲ ସଙ୍ଘର ସଭାପତି ଚନ୍ଦ୍ରଶେଖର ପଣ୍ଡା ଓ ସମ୍ପାଦକ ରବୀନ୍ଦ୍ର ନାୟକ, ଜିଲାଟ୍ୟାକ୍ସ ବାର ଆସୋସିଏସନର ସଭାପତି ବିବେକାନନ୍ଦ ରାଉତ, କଳିଙ୍ଗନଗର ବାର ଆସୋସିଏସନର ସଭାପତି ମନିନ୍ଦ୍ର ଧଳ, ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ଭରତ ମହାପାତ୍ର, ରବିନାରାୟଣ ରାଉତ, ଜଗନ୍ନାଥ ପ୍ରସାଦ ପତି, ମଇଉଦ୍ଦିନ ଅନାସାରୀ, ସଦାଶିବ ସେଠୀ, ଦୀପକ ସେନ୍ଗୁପ୍ତା, ଜିତେନ୍ଦ୍ର ବେହୁରା, ଗୀତାଞ୍ଜଳି ପରିଡା, ଅମରେଶ ମହାନ୍ତି, ସତ୍ୟନାରାୟଣ ପଟ୍ଟନାୟକ, ବିଶ୍ୱମ୍ବର ସାମଲ, ଶୁଭଙ୍କର ଆଶୁତୋଷ ମହାପାତ୍ର, ମହେନ୍ଦ୍ର ସାହୁ, ଅରୁନ୍ଧତୀ ମହାପାତ୍ର, ପ୍ରଦୀପ ସ୍ୱାଇଁ ପ୍ରମୁଖ ବିଧାୟକ କାର୍ଯାଳୟ ପହଁଚି ଶୁଭେଚ୍ଛା ଜଣାଇଥିଲେ ।