ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋସବ
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ସାନଦୋହେଲ ଗାଁଁ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସôବ ୨୦୨୫ ମଙ୍ଗଳବାର ସ୍କଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସାନଦୋହେଲ ସ୍କଲର ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଡ଼ ଦୋହେଲ ସରପଞ୍ଚ ସନ୍ତୋଷ ମିଶ୍ର ମୁଖ୍ୟ ଅତିଥି,ସିଆରସିସି କ୍ଷୀରୋଦ କୁମାର ଗହୀର,ତୋର୍ଲି ପ୍ରାଥମିକ ବିଦ୍ୟାଳୟର ସହଶିକ୍ଷକ ମୋହନ ମହାନନ୍ଦ, ସ୍କଲ ପରିଚାଳନା କମିଟିର ସଭାପତି ଭୂମିସୁତା ବାଗ,ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ସ୍ଥିତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସ୍କଲ ରେ ଉଚ୍ଚଶିକ୍ଷା ଗ୍ରହଣ ନିଜର ଭବିଷ୍ୟତ ଗଡିବା ସହ ଏକ ସୁସ୍ଥ ସମାଜ ଗଠନ ଦିଗରେ ଆଗେଇ ଆସିବା ପାଇଁ ଆହ୍ୱାନ କରିଥିଲେ । ପରେ ସ୍କଲ ସହ ଶିକ୍ଷକ ଗଙ୍ଗାଧର ମହାଉତିଙ୍କ ମଞ୍ଚ ପରିଚାଳନାରେ ସ୍କୁଲ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରକାର କୃତିପ୍ରତିଯୋଗୀଙ୍କୁ ଅତିଥିଙ୍କ କରକମଳରେ ପୁରସ୍କୃତ ଦେଲାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ