ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର ସଂଶୋଧିତ

ପ୍ରାଥମିକ ଶିକ୍ଷକଙ୍କ ଅନଲାଇନ ବଦଳି କ୍ୟାଲେଣ୍ଡର ପୁଣିଥରେ ବଦଳିଛି । ବଦଳି ପାଇଁ ଇଚ୍ଛୁକ ଶିକ୍ଷକମାନେ ଜୁନ 6 ତାରିଖ ମଧ୍ୟରେ ଆବେଦନ କରିପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ତାରିଖ ଯାଏଁ ଆବେଦନ-  ଜୁନ 6 ତାରିଖ ମଧ୍ୟରେ ଆବେଦନ ଶେଷ ହେବା ପରେ 9ରୁ 16 ତାରିଖ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଦ୍ବାରା ଯାଞ୍ଚ କରାଯିବ । ଏହାପରେ ଜୁନ 17ରୁ 18 ମଧ୍ୟରେ ଅନ୍ତଃ ଜିଲ୍ଲା ବଦଳି ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ଆବେଦନ ପତ୍ର ପଠାଯିବ । ଏହାପରେ 20 ଓ 21 ତାରିଖରେ ମେଡିକାଲ ଯାଞ୍ଚ ହେବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । ଜୁଲାଇ 7ରୁ 9 ତାରିଖ ମଧ୍ୟରେ ବଦଳି ଆବେଦନର ଚଏସ୍ ଲକିଂ କରାଯିବ । 10ରୁ 16 ତାରିଖ ମଧ୍ୟରେ ଆବେଦନ ପତ୍ରର ଚୟନ ଚୂଡାନ୍ତ ହେବ ।

25 ସୁଦ୍ଧା  ନୂଆ ସ୍କୁଲ-  ଏହାପରେ ଜୁଲାଇ 18 ତାରିଖରେ ଓସେପା ଓ୍ବେବସାଇଟରେ ବଦଳି ତାଲିକା ପ୍ରକାଶ ପାଇବ । 25 ତାରିଖ ସୁଦ୍ଧା ଶିକ୍ଷକ ପୁରୁଣା ସ୍କୁଲରୁ ଯାଇ ନୂଆ ସ୍କୁଲରେ ଯୋଗ ଦେବେ ।