କାହା ପାଇଁ ଜନଶୁଣାଣି?
ବ୍ୟାସନଗର : ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣି ତାହାର ସମାଧାନ କରିବାକୁ ପ୍ରତି ସୋମବାର ଜିଲାସ୍ତରରୁ ଆରମ୍ଭ କରି ବ୍ଲକ ସ୍ତରରେ କରାଯାଉଛି ଅଭିଯୋଗ ଶୁଣାଣି । ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ରହୁଛନ୍ତି । ଅଭିଯୋଗ ଶୁଣାଣି ମାଧ୍ୟମରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଯାଇ ତାହାର ସମାଧାନ ତକôାଳ କରାଯାଉଛି ବୋଲି କୁହାଯାଉଛି । ଜନତାଙ୍କ ଅଭିଯୋଗ ଶୁଣିବା ଏହା ଏକ ବଡ଼ ପ୍ଲାଟଫର୍ମ ହୋଇଥିବା ଏବଂ ଜିଲାର ମୁରବୀ ଉପସ୍ଥିତ ରହୁଥିବାରୁ ବିଭିନ୍ନ ଅଭିଯୋଗ ପହଁଚୁଛି । କିନ୍ତୁ ବେଳେ ଦେଖିବାକୁ ମିଳୁଥିବା ଦୃଶ୍ୟ ଜନଶୁଣାଣି କାହା ପାଇଁ ବୋଲି ସାଧାରଣଙ୍କ ମନକୁ ପ୍ରଶ୍ନ ଆସୁଛି । ଶିବିରକୁ ଆସୁଥିବା ପ୍ରତ୍ୟେକଙ୍କ ସୁବିଧା ପାଇଁ ଯେଉଁ ବ୍ୟବସ୍ଥା କରାଯିବା କଥା ତାହା ଅଧିକାଂଶରେ ଦେଖିବାକୁ ମିଳୁନି । ଯାହା ଆଜି କେଏନଡ଼ିଏ କଳିଙ୍ଗନଗର କାର୍ଯ୍ୟାଳାୟରେ ଚାଲିଥିବା ଶିବିରକୁ କୋରେଇ ଅଂଚଳରୁ ଆସିଥିବା ଜନୈକା ଦିବ୍ୟାଙ୍ଗ ବୃଦ୍ଧା ଘୁଷୁରି ଘୁଷୁରି ଦି ତାଲାକୁ ଯିବା ଘଟଣା ସ୍ପଷ୍ଠ କରିଛି । ରଗଡ଼ି ଅଂଚଳର ଦିବ୍ୟାଙ୍ଗ ହେଲେ ତିଳୋତମା ଜେନା (୭୦) । ଯିଏକି ନିଜର ପରିଚୟ ପତ୍୍ର ସଂପର୍କରେ ଅଭିଯୋଗ କରିବାକୁ ଆସି ପହଁଚିଥିଲେ । କାର୍ଯ୍ୟାଳୟ ଦୁଆର ମୁହଁରୁ ତିଳୋତମା ଘୁଷୁରି ଘୁଷୁରି ଉପର ତାଲାକୁ ଯାଇଥିଲେ । ଅଭିଯୋଗ ଶୁଣାଣିରେ ଅନେକ ଦିବ୍ୟାଙ୍ଗ ସେମାନଙ୍କ ଅଭିଯୋଗ ନେଇ ଆସିଥାନ୍ତି । ହେଲେ ସେମାନଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରିବାକୁ ଆୟୋଜକ କିଭଳି ଭୁଲି ଯାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।