ଏମ୍ସିଏଲର କୋଇଲା ଖଣିକୁ ପୁରସ୍କାର  

 ସମ୍ବଲପୁର: ରାଷ୍ଟ୍ରାୟ ମହାନଦୀ କୋଇଲା କମ୍ପାନୀ - ଏମ୍ସିଏଲ୍ର ୫ଟି କୋଇଲା ଖଣିକୁ ଉକ୍ରୃଷ୍ଟ ସୁରକ୍ଷା ପ୍ରଦର୍ଶନ ପାଇଁ ୨୦୨୩ ବର୍ଷ ନିମନ୍ତେ କଳିଙ୍ଗ ସୁରକ୍ଷା ଉକ୍ରୃଷ୍ଟତା ପୁରସ୍କାରରେ ସମ୍ମାନିତ କରାଯାଇଛି । ସିଆରମାଲ ଏବଂ ଅନନ୍ତ ଖୋଲା ମୁହଁ କୋଇଲା ଖଣିକୁ ପ୍ଲାଟିନମ୍ ଶ୍ରେଣୀ ଏବଂ କଣିହାଁ, କୁଲ୍ଡା ଏବଂ ବସୁନ୍ଧରା (ପଶ୍ଚିମ) କୋଇଲା ଖଣିକୁ ସ୍ୱର୍ଣ୍ଣ ଶ୍ରେଣୀରେ ପୁରସ୍କାର ମିଳିଛି ।  ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ସୁରକ୍ଷା ସମ୍ମେଳନ - ୨୦୨୪ରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏହି ପୁରସ୍କାର ପ୍ରଦାନ କରିଥିଲେ ।  ସୁରକ୍ଷା ପ୍ରତିବଦ୍ଧତା ଏବଂ ଖଣି ପରିଚାଳନାରେ ସୁରକ୍ଷିତ କାର୍ଯ୍ୟ ପ୍ରଣାଳୀ ଜାରି ରଖିବାରେ ସକ୍ରିୟ ଭୂମିକା ପାଇଁ ଏମ୍ସିଏଲ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସଫଳତା ପାଇଁ କମ୍ପାନୀର ସିଏମ୍ଡି ଉଦୟ ଅନନ୍ତ କାଓଲେ ପୁରସ୍କୃତ ଖଣିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପୁରସ୍କାର ଏକ ସୁରକ୍ଷିତ ଓ କୁଶଳ କାର୍ଯ୍ୟ ବାତାବରଣ ନିର୍ମାଣ ସହିତ ଏମ୍ସିଏଲ୍ ଟିମ୍ର ପ୍ରୟାସ ଓ କର୍ତ୍ତବ୍ୟନିଷ୍ଠାକୁ ପ୍ରତିଫଳନ କରୁଛି । କଳିଙ୍ଗ ସୁରକ୍ଷା ଉକ୍ରୃଷ୍ଟତା ପୁରସ୍କାର କୋଇଲା ଉଦ୍ୟୋଗରେ ପ୍ରତିଷ୍ଠିତ ପୁରସ୍କାରମାନଙ୍କ ମଧ୍ୟରୁ ଅନ୍ୟତମ । ଯାହାକି ସର୍ବଶ୍ରେଷ୍ଠ ଶ୍ରେଣୀର ସୁରକ୍ଷା ପ୍ରଣାଳୀ ଅନୁସରଣ ଏବଂ ପ୍ରଦର୍ଶନ ବଜାୟ ପାଇଁ ପ୍ରଦାନ କରାଯାଇଥାଏ ।