ଦୂଷିତ ପରିବେଶରେ ଚାଲିଛି ଆହାର କେନ୍ଦ୍ର 

ଯାଜପୁର ସଦର : ଆହାର କେନ୍ଦ୍ରରେ ପାଞ୍ଚଟଙ୍କାରେ ପେଟେ । ସେଥିପାଇଁ ଗରିବ ଖଟିଖିଆଙ୍କ ଲମ୍ବାଧାଡ଼ି ଲାଗେ । ତେବେ ଗଲା ସରକାର ଅମଳରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ର କେଉଁ ପରିବେଶରେ ଚାଲିଛି, ସେଥିପ୍ରତି କାହାର ନିଘା ନାହିଁ । ଯେଉଁ କାରଣରୁ   ଦୂଷିତ ପରିବେଶ ମଧ୍ୟରେ ଆହାର କେନ୍ଦ୍ର ଚାଲିଥିବାର ଅଭିଯୋଗ ନଜରକୁ ଆସିଛି ଯାଜପୁର ସଦର ମହକୁମାରୁ । ଯାଜପୁର ସହର ମଧ୍ୟରେ ଥିବା ଆହାର କେନ୍ଦ୍ର ରାସ୍ତା ଉପରେ ଅଳିଆ ଆବର୍ଜ୍ଜନା ପଡ଼ିରହୁଛି । ଦୁର୍ଗନ୍ଧଯୁକ୍ତ ପାଣି ସହିତ ବିଭିନ୍ନ ପ୍ରକାରର ପଚାସଢା ସାମଗ୍ରୀ ପଡ଼ିରହିଛୁ । ଯାହା ପରିବେଶକୁ ଦୂଷିତ କରୁଛି । ତଥାପି ଗରିବ ଶ୍ରେଣୀୟ ପାଞ୍ଚଟଙ୍କାରେ ପେଟେ ଖାଇବାକୁ ଅସ୍ୱାସ୍ଥ୍ୟକର ପରିବେଶକୁ ଫୁ କରି କେନ୍ଦ୍ରକୁ ଯାଉଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି ।