ଫସଲ ଖାଇବାରୁ... ଗାଈକୁ ହାଣିଲା ଚାଷୀ

 କୁଆଖିଆ : ବିଲରେ ପଶି ଫସଲ ଖାଇ ଦେବାରୁ ଜଣେ ଚାଷୀ ଗାଈକୁ ହାଣି ରକ୍ତାକ୍ତ କରିଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଁଚି ପାଂଚଗୋଛିଆ ଗ୍ରାମର ରାଜେଶ ତରାଇଙ୍କ ଗାଈ ପାଳସାହି ଗ୍ରାମର ବାଳି ସାହୁଙ୍କ ଜମିରେ ପଶି ଫସଲ ଖାଉଥିବା ବାଳି ଦେଖି ଘଉଡାଇବା ସହିତ ଗାଈଟିକୁ ଏକ ଧାରୁଆ ଅସ୍ତ୍ର ରେ ହାଣି ଦେଇଥିଲେ । ଗାଈଟିକୁ ରାଜେଶ୍ ଖୋଜିବାକୁ ଯାଇ ଗାଈ କ୍ଷତାକ୍ତ ଅବସ୍ଥାରେ ବିଲ ମଧ୍ୟରେ ପଡିଥିବା ଦେଖି ଗାଈକୁ କିଏ ହାଣିଲା ବୋଲି ବୋଲି ସାହୁଙ୍କୁ ପଚାରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାଳି ଓ ରାଜେଶ୍ ମଧ୍ୟରେ ବଚସା ହୋଇ ଗଣ୍ଡଗୋଳର ରୂପ ନେଇଥିଲା । ଯାହାକୁ ନେଇ ରାଜେଶ୍ର ପରିବାର ଓ ଗ୍ରାମବାସୀ ମାନେ ମଧୁବନ ମେଡ଼ିକାଲ ରୋଡ଼ର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ସ୍ଥାନୀୟ ଲୋକଙ୍କ ବୁଝାମଣା ପରେ ରାସ୍ତା ଅବରୋଧକୁ ହଟାଇ ଦିଆଯାଇଥିଲା । ଘଟଣା ସମ୍ପର୍କରେ ଗାଈର ମାଲିକ ରାଜେଶ୍ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କୁଆଖିଆ ପୁଲିସ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରି ଯାଇଥିବା ବେଳେ ପୁଲିସ୍ର ପଦକ୍ଷେପ ସମ୍ପର୍କରେ ଭାରପ୍ରାପ୍ତ ଅଧିକାରୀ ଏବଂ ଡିସିଓଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ଖବର ଲେଖା ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳି ପାରିନଥିଲା ।