ଫାଶୀ ଦିବସରେ ରକ୍ତଦାନ ଶିବିର 

 ବ୍ୟାସନଗର : ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଶହୀଦ ଦିବସ ପାଳନ ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୨୨ଜଣ ରକ୍ତ ଦାତା ରକ୍ତଦାନ କରିଥିଲେ । ସମାଜସେବୀ ନରେଶ ମସ୍କରା, ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ, ଆଇନଜୀବୀ ବିବେକାନନ୍ଦ ମହାନ୍ତି, ଶିକ୍ଷକ ବିଭୂତି ଭୂଷଣ ପାଲ, ମଦନ ମୋହନ ବେହେରା, କ୍ରୀଡାବିତ୍ ବ୍ରଜ ବାହୁ ସାମନ୍ତ, କେଶରୀ ସାମଲ, ଶିକ୍ଷାବିତ୍ ବନୋଜ ଜେନା, ସାମ୍ବାଦିକ ସୁବାଷ ଧଳ, ଦୀପକ ଦାଶ,  ପବିତ୍ର ମହାନ୍ତି, ଶିକ୍ଷାବିତ୍ ରମେଶ ବେହେରା, ସମାଜସେବୀ ରମେଶ ବିଶ୍ୱାଳ, ଆଲୋକ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରୟାଲ କଳିଙ୍ଗ ଠାରେ ଏକ ଆଲୋଚନା ସଭାରେ ଅତିଥି ଭାବେ ବିଧାୟକ ଆକାଶ ଦାଶ ନାୟକ, କୋରେଇ ଡିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ ମୋହନ ଚରଣ ଖୁଂଟିଆ, ବନ ବିଭାଗର ନିର୍ଦେଶକ ପିୟୁଷକାନ୍ତ ପାଣି, ଶିକ୍ଷାବିତ ଅଭୟ କୁମାର ପତି ଏବଂ ପୂର୍ବତନ କାଉଁସିଲର ସୌମେନ୍ଦ୍ର କୁମାର ରାଉତ ଯୋଗଦେଇ ମହାନ ସଂଗ୍ରାମୀ ଭଗତ ସିଂଙ୍କ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ହେମନ୍ତ କୁମାର ଧୀର ସମ୍ପାଦକୀୟ ବିବରଣୀ ପାଠ ଓ ବ୍ୟାଙ୍ଗ କବି ବାଇଧର ମାଝୀ ମଂଚ ପରିଚାଳନା, ଦୀପକ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ନାରାୟଣ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ସାମଲ, ହେମନ୍ତ କୁମାର ନାୟକ, ପ୍ରମୋଦ ମଲ୍ଲିକ, ଶଶାଙ୍କ ବ୍ରହ୍ମ, ଖଗେଶ୍ୱର ମଲ୍ଲିକ, ତପନ ମିଶ୍ର, ମାନସ ରାଉତ, ରମେଶ ବିଶ୍ୱାଳ, ମହେଶ୍ୱର ନାୟକ, ବିଜୟ ନନ୍ଦୀ, ସମୀର କୁମାର ମହାନ୍ତି, ଜନ୍ମେଜୟ ରାଉତ, ପରେଶ ଦାଶ, କଳିଙ୍ଗ ପହି, ଅକ୍ଷୟ ନାୟକ, ଚିନ୍ତାମଣି ନାୟକ, ସମୀର ରାୟ, ମନୋଜ ଦାଶ, ସତ୍ୟନାରାୟଣ ଦାଶ, ତପନ ବାରିକ, ବିଶ୍ୱଜିତ ମାଝୀ, ଇନ୍ଦ୍ରମଣି ଦାଶ, ତପନ ସିଂ, ସାହିଲ ବୋଇତାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।