ଗୋରୁ ବେପାରୀଙ୍କୁ ଧରିଲେ ବିଧାୟକ
ନିଳଗିରି : ନିଳଗିରି ନିର୍ବାଚନ ମଣ୍ଡଳୀରେ ନିଳଗିରି ଏନ୍ଏସିର ୧୦ନମ୍ୱର ୱାର୍ଡ କହାଳିଆ ଗ୍ରାମ ଏବେ ପାଲଟିଛି ଚୋର ଗୋରୁ ବେପାରୀଙ୍କ ପେଣ୍ଠସ୍ଥଳୀ । ପ୍ରତି ଦିନ ୧୦ରୁ ୧୫ଚୋରା ଗୋରୁ କିଣି କଂସେଇ ଖାନାକୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଉଛି । ଅନେକ ବାର ପୁଲିସ ଧରି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ନଜର ଅଛି । ମାତ୍ର କେସକୁ ଖାତିର ନକରି ପୁଣି ଚୋର ଗୋରୁ ବେପାରରେ ଲାଗିପଡିଛନ୍ତି । ଶନିବାର ଏକ ଟାଟା ଏସି ଗାଡ଼ି (ଓଡ଼ି ଜିରୋ ୱାନ, ଏଏ ୨୭୯୭)ରେ ଦୁଇଟି ବେଆଇନ୍ ଭାବେ ଗୋରୁ ଚୋରା ଚାଲଣ ହେଉଥିବା ବେଳେ ଘାଟଘର ସାହି ନିକଟରେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଗୋରୁ ଗାଡିକୁ ଅଟକାଇଥିଲେ । ଏହା ଚୋରା ଗୋରୁ ବୋଲି ଜାଣିବା ପରେ ସଙ୍ଗେ ସଙ୍ଗେ ନିଳଗିରି ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି ଗୋରୁ ସହ ଗାଡ଼ି, ବେପାରୀ, ଡ୍ରାଇଭରକୁ ଥାନାକୁ ଆଣିଥିଲେ । ଉଦ୍ଧାର ଗୋରୁକୁ ପୁଲିସ ରେମୁଣାସ୍ଥିତ ଗୋଶାଳାରେ ଜୀମା ଦେଇଛନ୍ତି । କାହାଳୀଆ ଗ୍ରାମର ଜଗେନ୍ଦ୍ର ଦାସ ଓ ଡ୍ରାଇଭର ଧୋବସିଲା ଗ୍ରାମର ବିଦ୍ୟାଧର ମଲ୍ଲିକକୁ ଗିରଫ କରିଛନ୍ତି ।