ଜାଭିୟର୍ ଇଣ୍ଟରନ୍ୟାସନାଲ ସ୍କୁଲର ନିଦେ୍ର୍ଦଶକ ହେଲେ ଗୁରୁଚରଣ 

 ବ୍ୟାସନଗର : ପୌରାଞ୍ଚଳ ଦଳା ସ୍ଥିତ ସେଣ୍ଟଜାଭିୟର୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଗୁରୁ ଚରଣ ବେହେରା ନୂତନ ନିଦେ୍ର୍ଦଶକ ଭାବରେ ଯୋଗଦାନ କରିଛନ୍ତି । ଶ୍ରୀ ବେହେରା ପୂର୍ବରୁ ମଧ୍ୟପ୍ରଦେଶ ସ୍ଥିତ ବୁମ୍ସ ଏକାଡେମୀରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ । ସେ ରାଜନୀତି ବିଜ୍ଞାନ ଏବଂ ଇଂରାଜୀରେ ପିଜି ଡିଗ୍ରୀ ହାସଲ କରିଛନ୍ତି । ଦୀର୍ଘ ୨୫ ବର୍ଷରୁ ଅଧିକ ବର୍ଷର ଶିକ୍ଷାଦାନ ଏବଂ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରି ସେ ଅନେକ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ସମୟରେ ବିଦ୍ୟାଳୟ ଗୁଡିକରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ସବୁ ମହଲରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଏକ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେଜିଆଇର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅନୁଷ୍ଠାନକୁ ସ୍ୱାଗତ ଜଣାଇବା ସହିତ ଅନୁଷ୍ଠାନର ଅଧ୍ୟକ୍ଷ ଦେବାଶିଷ ଦାସ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ଶ୍ରୀ ବେହେରାଙ୍କର ମାର୍ଗଦର୍ଶନରେ ଏସଏକ୍ସଆଇଏସ୍ ଏନଇପି-୨୦୨୦ ଉପରେ କାର୍ଯ୍ୟ କରି ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ କେଜିଆଇର ଉପମୁଖ୍ୟ ପ୍ରଶାସନିକ ଅଧିକାରୀ କ୍ରିଶେନ୍ଦୁ ଘୋଷ, କେଏନପିର ପ୍ରିନ୍ସିପାଲ୍ ବିଷ୍ଣୁ ଚରଣ ଦାସ, ସତ୍ୟବ୍ରତ ମହାରଣା, ରାଜେନ୍ଦ୍ର କୁମାର ଦାସ, ଓଜସ୍ୱିନୀ ମହାନ୍ତି, ସରିତା ବଳ, ପଲ୍ଲି ପରାଜିତା ପଟ୍ଟନାୟକ, ରଶ୍ମି ରଂଜନ ଦାସ, ପ୍ରକାଶ ବିଶ୍ୱାଳ, ରଙ୍ଗାଧର ଶା, ରାମଚନ୍ଦ୍ର ଖୁଣ୍ଟିଆ, ଋତୁପର୍ଣ୍ଣା ମହାରଣା ପ୍ରମୁଖ କେଜିଆଇର କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ । ସ୍କୁଲର ଉପାଧ୍ୟକ୍ଷ ଚିରସ୍ମିତା ଦାସ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ ।