ଫେରୋକ୍ରୋମ କାରଖାନାରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

 ବ୍ୟାସନଗର:  ଦୀର୍ଘବର୍ଷ ପରେ ଏଠାକାର ଫେରୋକ୍ରୋମ କାରଖାନାରେ ବାର୍ଷିକ କ୍ରୀଡ଼ା ପ୍ରତଯୋଗିତା ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ୨୭ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାକୁ  ଫେରୋକ୍ରମ୍ ୟୁନିଟ୍ ମୁଖ୍ୟ ରଶ୍ମୀରଞ୍ଜନ ପରିଡ଼ା ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଜିଏମ୍ ରଶ୍ମୀରଞ୍ଜନ ବିଶ୍ୱାଳ, ଡିଜିଏମ୍ ସପନ କୁମାର ଦାସ, ମାନବ ସମ୍ବଳ ମୁଖ୍ୟ ଦେବାଶିଷ ସାମଲ, ବିତ ବିଭାଗୀୟ ମୁଖ୍ୟ ଲଲାଟେନ୍ଦୁ ଦାସ, ଶ୍ରମିକ ସଂଗଠନ ସମ୍ପାଦକ ଜନ୍ମଜୟ ରାଉତ ଅତିଥି ଭାବେ ଉପସ୍ଥିତ ଥିଲେ । କର୍ମଚାରୀଙ୍କ ପ୍ରତିଭା ଅନ୍ୱେଷଣର ଲକ୍ଷ୍ୟ ରଖି ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ସର୍ବମୋଟ ୧୮ ବର୍ଗରେ କ୍ରୀଡା ପ୍ରତିଯୋଗିତାରେ ଫେରୋକ୍ରୋମ୍ ପ୍ଲାଣ୍ଟର ସମସ୍ତ କର୍ମଚାରୀ, ଠିକା ସଂସ୍ଥା କର୍ମଚାରୀ ଭାଗ ନେଇଥିଲେ । କ୍ରୀଡାର ସାମଗ୍ରିକ ବିକାଶର ଲକ୍ଷ୍ୟ ନେଇ ଓଡ଼ିଶା ଖଣି ନିଗମ ପ୍ରତି ବର୍ଷ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇ ପର୍ଯ୍ୟାୟରେ ପାଳନ କରିଆସୁଛି । ପ୍ରତ୍ୟେକ ୟୁନିଟ୍/ଆଞ୍ଚଳିକ ସ୍ତରରେ କୃତି ପ୍ରତିଯୋଗୀ ପୁଣିଥରେ ଓଡ଼ିଶା ଖଣି ନିଗମର ମୁଖ୍ୟ ଶାଖା ଆନୁକୁଲ୍ୟରେ ଆଠ ଗୋଟି ଆଞ୍ଚଳିକ ଦଳକୁ ନେଇ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଭାଗନେବେ । ଚଳିତବର୍ଷ ଫେରୋକ୍ରୋମ କାରଖାନାର ବଙ୍ଗୁର କ୍ରୋମାଇଟ ଖଣି ସହ ମିଶି ଗୋଟିଏ ଦଳ ଭାବେ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଭୁବନେଶ୍ୱରରେ ଭାଗନେବେ । ତିନି ଦିନଧରି ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ଫେରୋକ୍ରମ ପ୍ଲାଣ୍ଟର ୨୦୦ଅଧିକ କର୍ମଚାରୀ  ଭାଗ ନେଥିଲେ । ଆଥ୍ଲେଟିକ କ୍ରୀଡା ସମେତ କ୍ରିକେଟ୍, ଭଲିବଲ୍, ବ୍ୟାଡମିଣ୍ଟନ, ଚେସ, କ୍ୟାରମ୍ ଇତ୍ୟାଦି ଖେଳ ଆୟୋଜନ ହୋଇଥିଲା । ପ୍ରତିଯୋଗିତାକୁ ସମସ୍ତ କର୍ମଚାରୀ ସୁଚାରୁରୂପେ ପରିଚାଳନା କରିଥିଲେ । ଅଭିଜ୍ଞ ଖେଳ ପରିଚାଳକ ବି.ସ୍କେ ସାମଲ, ଖଗେଶ୍ୱର୍ ରଣା, ପବିତ୍ର ମୋହନ ମଲ୍ଲିକ, ପ୍ରଫୁଲ୍ଲ ଚନ୍ଦ୍ର ଦାସ ପ୍ରଭୃତି ଖେଳ ପରିଚାଳନା କରିଥିବା ବେଳେ ଦେବ ରଞ୍ଜନ କର, ବିଭୂଦେନ୍ଦୁ ବଳ, ଅରୁଣକାନ୍ତି କର, ଅର୍ପିତ ଦାସ, ଅକ୍ଷୟ ଦାସ, ସତ୍ୟ ନାରାୟଣ ସିହ୍ନା, ପ୍ରଦୀପ ଦାସ, କାହ୍ନୁଚରଣ ନାଥ, ଗୌତମ୍ ମଲ୍ଲିକ,ସୂର୍ଯ୍ୟ ସନଥ ଆୟଚ, ଅଜିତ ମହାରଣା ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଅନ୍ତିମ ଦିନରେ କାରଖାନା ମୁଖ୍ୟ ରଶ୍ମୀରଞ୍ଜନ ପରିଡ଼ା କୃତି ପ୍ରତିଯୋଗୀଙ୍କୁ ମେଡାଲ, ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।