ବଙ୍ଗାଳିଡାହିରେ ବ୍ୟାପୁଛି ଅଜଣା ଗୋ-ରୋଗ : ଦୁଇ ଦିନରେ ଦୁଇ ଗୋରୁ ମୃତ, ଅନେକ ଆକ୍ରାନ୍ତ
ବୈଶିଙ୍ଗା: ବେତନଟୀ ବ୍ଲକ ଅନ୍ତର୍ଗତ ପୁରୁଣିଆ ଗ୍ରାମ ପଞ୍ଚାୟତର ବଙ୍ଗାଳିଡାହି ଅଞ୍ଚଳରେ ଅଜଣା ଗୋ ରୋଗର ଆତଙ୍କ ଦେଖାଦେଇଛି । ଦୁଇଦିନ ମଧ୍ୟରେ ୨ଟି ଗୋରୁ ମୃତ୍ୟବରଣ କରିଥିବାବେଳେ ଅନେକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଲୋକମାନଙ୍କର କହିବା ଅନୁସାରେ ଆକ୍ରାନ୍ତ ଗୋରୁ ଗୁଡିକ ପ୍ରଥମେ ଛୋଟେଇ ଛଟୋଇ ଚାଲିବା ସହିତ ଖାଦ୍ୟ ଖାଉନାହାଁନ୍ତି । ଏହା ପରେ ମରିଯାଉଛନ୍ତି । ଯେଉଁମାନେ ଚିକିସôା ଆରମ୍ଭରେ ବିଳମ୍ବ କରୁଛନ୍ତି ସେମାନଙ୍କର ଗୋରୁର ଜୀବନ ରକ୍ଷା କରିବା ସମ୍ଭବ ହେଉନାହିଁ । ଲୋକମାନେ ସଚେତନ ନଥିବାରୁ ଲକ୍ଷଣ ଦେଖାଯିବା ପରେ ମଧ୍ୟ ଚିକିତ୍ସା କରୁନାହାଁନ୍ତି । ବଙ୍ଗାଳିଡାହି, ଅଙ୍ଗାରଗଡିଆ ଓ ସିଆଳପଦା ଅଞ୍ଚଳରେ ବିଶେଷ କରି ଏହି ରୋଗ ଦେଖିବାକୁ ମିଳୁଛି । ପ୍ରାଣୀ ଚିକିସôା ବିଭାଗ ତରଫରୁ ତୁରନ୍ତ ଟିକାକରଣ ଓ ଚିକିସôା ଆରମ୍ଭ କରାନଗଲେ ଅନେକ ଆକ୍ରାନ୍ତ ଗୋରୁ ଗୁଡିକ ମରିଯିବାର ସମ୍ଭାବନା ରହିଥିବାବେଳେ ପଡୋଶୀ ଗ୍ରାମ ଗୁଡିକୁ ଏହି ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ।