ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣା : ବୟଫ୍ରେଣ୍ଡ ପ୍ରମୋଦ ଗିରଫ

 କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ  : ପଟ୍ଟାମୁଣ୍ଡାଇ କାଠିଆପଡା ଛାତ୍ରୀ ଜଳିଯିବା ଘଟଣାରେ ପୁରୁଷ ବନ୍ଧୁ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କୁ ଶେଷରେ ପୁଲିସ୍ ଗିରଫ କରିଛି  । ଦୁଇଦିନ ପୂର୍ବରୁ ଅଭିଯୁକ୍ତ ପ୍ରମୋଦଙ୍କୁ ପୋଲିସ ଚେନ୍ନାଇରୁ ଉଠାଇ ଆଣି ପଚରାଉଚରା ଚଳାଇଥିଲା  । ଜେରାବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି ବୋଲି ପୁଲିସ୍ ସୂଚନା ଦେଇଛି  । ମୋବାଇଲ୍ରେ ପ୍ରମୋଦ ୬୦ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ରଖିଥିବାବେଳେ ମୃତ ଛାତ୍ରୀଙ୍କ ବାପା ଓ ଅନ୍ୟ ୫ ଜଣଙ୍କୁ ଫରୱାର୍ଡ଼ କରିଥିଲା  । ସେହିପରି ଅଘଟଣ ଦିନ ମଧ୍ୟ ସେ ଝିଅ ସହ କଥା ହୋଇଥିବା ପ୍ରମାଣ ମିଳିଛି  ।
ସୂଚନାଯୋଗ୍ୟଯେ, ଘଟଣାର ଚାରିଦିନ ପରେ ମୃତ ଛାତ୍ରୀଙ୍କ ବାପା ଅଭିଯୁକ୍ତ ପ୍ରମୋଦଙ୍କ ନାମରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ  । ଅଭିଯୁକ୍ତ ବିରୋଧରେ ବିଭିନ୍ନ ସଙ୍ଗୀନ ଦଫା ଲଗାଇ ପୋଲିସ ତଦନ୍ତକୁ ଆଗକୁ ବଢାଇ ଥିଲା । ତେବେ ବିଭିନ୍ନ ଠୋସ ପ୍ରମାଣ ପାଇସାରିବା ପରେ ରବିବାର ଅଭିଯୁକ୍ତ ପ୍ରମୋଦକୁ ଗିରଫ କରାଗଲା ବୋଲି ପୋଲିସ ଘୋଷଣା କରିଛି  । ଅଭିଯୁକ୍ତ ପୁରୁଷ ବନ୍ଧୁକୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି  । ପରେ ସନ୍ଧ୍ୟା ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟ୍ଟରିଆ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି  ।
ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ମୁତାବକ ଅଭିଯୁକ୍ତ ପ୍ରମୋଦ ମୋବାଇଲ୍ ଫୋନ୍ରେ ମୃତ ଛାତ୍ରୀଙ୍କ ୬୦ଟି ଅନ୍ତରଙ୍ଗ ଭିଡ଼ିଓ ରହିଛି  । ସେଥିମଧ୍ୟରୁ ଗୋଟିଏ ଭିଡ଼ିଓ ୧୭ ଜୁଲାଇରେ ମୃତ ଛାତ୍ରୀଙ୍କ ବାପାଙ୍କ ମୋବାଇଲ୍କୁ ପଠାଇବା ସହିତ ଠିକ୍ ସେହି ଭିଡ଼ିଓ ଅନ୍ୟ ଚାରି ପାଞ୍ଚ ଜଣଙ୍କ ମୋବାଇଲ୍କୁ ବି ଭାଇରାଲ୍ କରିବା ଉଦେ୍ଦଶ୍ୟରେ ପଠାଇ ଥିଲା । ସେହିପରି ଅଭିଯୁକ୍ତର କଲ୍ ଡିଟେଲ୍ସ ରେକର୍ଡରୁ ଜଣାପଡ଼ିଛି ୬ ଅଗଷ୍ଟ ଅର୍ଥାତ୍ ଘଟଣା ଦିନ ସକାଳ ୭:୩୪ ସମୟରେ ଅଭିଯୁକ୍ତ ପ୍ରମୋଦ ମୃତ ଛାତ୍ରୀଙ୍କୁ କଲ୍ କରିଥିଲା  । ତାହାର ପୂର୍ବ ଦିନ ପାଞ୍ଚ ଛଅ ଥର ମେସେଜ ମଧ୍ୟ ପଠାଇ ଥିଲା, ଏମିତିକି ୱାଟସପ୍ ମେସେଜ ମଧ୍ୟ କରିଥିଲା  । କିନ୍ତୁ କଣ ମେସେଜ କରିଥିଲା ତଦନ୍ତ ଚାଲୁ ରହିଥିବାରୁ ଏହା କହିବା ସମ୍ଭବ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଜଣାଇଥିଲେ  ।
ତେବେ ଆତ୍ମହତ୍ୟାର କଣ ଲିଙ୍କ ଆସିଲା ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଆରକ୍ଷୀ ଅଧିକ୍ଷକ କହିଥିଲେ, ପୋଷ୍ଟମର୍ଟମ ରିପୋର୍ଟ ଓ ଏଫ୍ଏମ୍ଟି ରିପୋର୍ଟ ଆସିଲା ପରେ ହିଁ ଏହି ବିଷୟରେ ମୁଁ ଆପଣ ମାନଙ୍କୁ ସବିଶେଷ ତଥ୍ୟ ଦେଇପାରିବି  । କିନ୍ତୁ ଛାତ୍ରୀଙ୍କ ମୃତୁ୍ୟର ଠିକ୍ ପୂର୍ବରୁ ଅଭିଯୁକ୍ତ ପ୍ରମୋଦ ଛାତ୍ରୀଙ୍କୁ ବାରମ୍ବାର କଲ୍ କରିଥିଲା ଓ ପୂର୍ବରୁ ଅନେକ ମେସେଜ୍ ପଠାଇ ଥିଲା  । ମୋବାଇଲ୍ରେ ଏକାଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ରଖି ଭାଇରାଲ୍ କରିଛି  । ତେଣୁ ଅଭିଯୁକ୍ତ ଜଣଙ୍କ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ପ୍ରମୋଦଙ୍କ ବ୍ୟତୀତ ଅନ୍ୟ କେହି ତଦନ୍ତ ପରିସରଭୁକ୍ତ ନାହାଁନ୍ତି ବୋଲି ଆରକ୍ଷୀ ଅଧିକ୍ଷକ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଅଭିଯୁକ୍ତ ପ୍ରମୋଦ ଅନ୍ୟ ଯେଉଁମାନଙ୍କୁ ଅନ୍ତରଙ୍ଗ ମୁହୁର୍ତ୍ତ ଭିଡ଼ିଓ ପଠାଇଛି ପରବର୍ତ୍ତୀ ସମୟରେ ସେମାନଙ୍କ ମୋବାଇଲ୍ ଆମେ ତନଖି କରିବୁ  । ସେମାନେ ଯଦି ଏହାକୁ ଭାଇରାଲ୍ କରିଥିବେ ତେବେ ସେମାନଙ୍କ ମୋବାଇଲ୍ ମଧ୍ୟ ସିଜ୍ କରାଯିବ  । ସେହିପରି ମୃତୁ୍ୟ ଛାତ୍ରୀଙ୍କ ବାପା ଅଭିଯୋଗ ଆଣିଥିଲେ ଛଅ ମାସ ତଳେ ଏଏସଆଇ ପଲେଇ ବାବୁ ଏତଲା ରଖି ନଥିବାରୁ ଏଭଳି କାଣ୍ଡ ଘଟିଲା ଏବଂ ଏହି ଅଭିଯୋଗ ଆସିବା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରୁ ପଲେଇ ବାବୁଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା  । ଏଦିଗରେ ତଦନ୍ତ କେତେବାଟ ଗଲା ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଥିଲେ, ମୃତ ଛାତ୍ରୀଙ୍କ ବାପା ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟା ଆଧାରରେ ମୁଁ ଏହା ଉପରେ ତଦନ୍ତ କରୁଛି  । କିନ୍ତୁ ବିଧିବଦ୍ଧ ଭାବେ ବର୍ତ୍ତମାନ ସୁଦ୍ଧା ପଲେଇ ବାବୁଙ୍କ ବିରୋଧରେ କିଛି ଲିଖିତ ଅଭିଯୋଗ ଆସିନାହିଁ । ଯଦି ଆଗକୁ ଆସେ ତେବେ ଏହାକୁ ମଧ୍ୟ ମୁଁ ତଦନ୍ତ ପରିସରଭୁକ୍ତ କରିବି ବୋଲି ସେ କହିଛନ୍ତି  ।
ଅନ୍ୟପଟେ ଅଭିଯୁକ୍ତ ପ୍ରମୋଦଙ୍କ ବାପା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ମାଧ୍ୟମରେ ଦର୍ଶାଇଛନ୍ତିଯେ, ମୃତୁ ଛାତ୍ରୀଙ୍କ ବାପା ମାଆ ନିଜ ଝିଅକୁ ହତ୍ୟାକରି ଆମ ପୁଅ ନାମରେ ମିଥ୍ୟା ଆରୋପ ଆଣି ଫସାଇ ଦେଇଛନ୍ତି  । ଏତଲା ଦେବାପରେ ଅଭିଯୁକ୍ତର ମାଆ ଓ ପଡୋଶୀ କିଛି ମହିଳା ପଟ୍ଟାମୁଣ୍ଡାଇ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ  । ଏହି ବିଷୟରେ ସାମ୍ବାଦିକମାନେ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇଥିବାରୁ ସେ ଉତ୍ତର ଦେଇଥିଲେଯେ, ଯଦି ଅଭିଯୁକ୍ତ ପରିବାର ଏତଲା ଦେଇଛନ୍ତି ତେବେ ଆମେ ତାହା ଉପରେ ମଧ୍ୟ ତଦନ୍ତ କରିବୁ । କୌଣସି ବି ସାଧାରଣ ଲୋକ ଏତଲା ଦେଇପାରିବେ । ଅଭିଯୁକ୍ତ ବାପାଙ୍କ ଅଭିଯୋଗ ଅନୁଯାୟୀ ଛାତ୍ରୀଙ୍କୁ ଯଦି ହତ୍ୟା କରାଯାଇଥାଏ ତେବେ ଏହା ଏଫ୍ଏମ୍ଟି ରିପୋର୍ଟ ଆସିଲା ପରେ ସ୍ପଷ୍ଟ ଜଣା ପଡିଯିବ  । ଏଫ୍ଏମ୍ଟି ରିପୋର୍ଟ ଓ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ହିଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇପାରିବ  । ବର୍ତ୍ତମାନ କେବଳ ପ୍ରାଥମିକ ପ୍ରମାଣ ହିସାବରେ ଆତ୍ମହତ୍ୟା ପାଇଁ ଉସୁକାଇବା ବା ପ୍ରବର୍ତ୍ତାଇବା ଅପରାଧରେ ଅଭିଯୁକ୍ତ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି  । କାରଣ ତାଙ୍କ ନିକଟରୁ ସମସ୍ତ ପ୍ରମାଣ ପୋଲିସ ଜବତ କରିସାରିଛି  ।
ସେହିପରି ପ୍ରମୋଦଙ୍କ ପିତା ଗଣେଶ୍ୱର ବେହେରା, ମାତା ଶାନ୍ତିଲତା ବେହେରା ତାଙ୍କ ପୁଅ ନିରୀହ ଓ ନିଦେ୍ର୍ଦାଷ, ତାକୁ ମୃତା ଛାତ୍ରୀଙ୍କ ପରିବାର ଲୋକମାନେ ମିଥ୍ୟା ମାମଲାରେ ଫସାଇ ଦେଇଛନ୍ତି ବୋଲି କହିଛନ୍ତି  । ମୃତା ଛାତ୍ରୀଙ୍କ ବାପାମା’ ଝିଅକୁ ବାଡେଇ ମାରି ଦେଇଛନ୍ତି ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି  । ଏନେଇ ଗଣେଶ୍ୱର ଆଜି ଗ୍ରାମାଞ୍ଚଳ ଥାନାରେ ଲିଖିତ ଏତଲା ଦେଇଥିଲେ   ପ୍ରମୋଦଙ୍କ ପିତା ଗଣେଶ୍ୱର ଓ ମାତା ।