ଡେଙ୍ଗୁ ସଚେତନତା ଅଭିଯାନ
ାା ପ୍ରଭାନୁ୍ୟଜ ।ା ଟାଙ୍ଗୀ ଚୌଦ୍ୱାର: ଚୌଦ୍ୱାର କଲେଜରୁ ଯୁବ ରେଡକ୍ରସ୍ ଓ ନିଶା ନିବାରଣ ବିଭାଗ ଦ୍ୱାରା ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ରଶ୍ମୀ ରାଉତରାୟ ଉଦ୍ଘାଟନ କରି ସଭାପତିତ୍ୱ କରାଇଥିଲେ । ଏହି ଅଭିଯାନ କାର୍ଯ୍ୟକ୍ରମରେ ଅତିଥିଭାବେ କଟକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ତୃପ୍ତି ନାୟକ, ଜିଲ୍ଲା, ଭିବିଟି ପରାମର୍ଶଦାତା ଯୋଗ ଦେଇଥିଲେ । ଡେଙ୍ଗୁ ରୋଗର ଲକ୍ଷଣ, ଚିହ୍ନଟ, ସତର୍କତା ଓ ଔଷଧ ସେବନର ନିୟମ ସମ୍ୱନ୍ଧରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକଅଧ୍ୟାପିକା ଏବଂ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଦେହଖରାପ ହେଲେ କେଉଁଠି ଓ କେତେବେଳେ ଯିବା ଜାଣିବା ବହୁତ୍ ଜରୁରୀ ବୋଲି ଡାକ୍ତର ସତ୍ୟବ୍ରତ ମହାପାତ୍ର ତାଙ୍କ ଉଦ୍ବୋଧନରେ କହିଥିଲେ । ଶରୀର ବ୍ୟଥା ସହ ଜ୍ୱର ଥିଲେ ସଙ୍ଗେ ସଙ୍ଗେ ପୀଡ଼ା ହାରକ ବାଟିକା ସେବନ ନ କରି ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ର ବହୁ ଆବଶ୍ୟକତା ରହିଛି ବୋଲି ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ର କାଉନ୍ସିଲର ଅଧ୍ୟାପକ ବସନ୍ତ କୁମାର ବିଶ୍ୱାଳ, ଡ.ମମତା ସାହୁ ଓ ନିଶା ନିବାରଣ ସେଲର ଉଦ୍ୟୋକ୍ତା ପ୍ରାଧ୍ୟାପିକା ଡ.ସସ୍ମିତା ଭୂୟାଁ ପରିଚାଳନା କରିଥିଲେ । ଏଥିରେ କଲେଜର ସମସ୍ତ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।