ବଜେଟ୍ ମହିଳା, ଯୁବକ, କୃଷକ ଓ ଗରିବଙ୍କ ପାଇଁ ସମର୍ପିତ: ରୁଦ୍ର


ାା ପ୍ରଭାନୁ୍ୟଜ୍ ।ା ଅନୁଗୁଳ : ଓଡ଼ିଶାରେ ବିଜେପିର ପ୍ରଥମ ସରକାର ରାଜ୍ୟରେ ଏକ ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠା କରିଛି । ନିର୍ବାଚନ ସଂକଳ୍ପ ପତ୍ରରେ ବିଜେପି ଯାହା ଯାହା ପ୍ରତିଶ୍ରୁତି ଦେଇଥିଲା ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରଥମ ବଜେଟ୍ରେ ହିଁ ବ୍ୟୟବରାଦ କରି ବିଜେପି ଏକ ନୂତନ ପରମ୍ପରା ସୃଷ୍ଟି କରିଛି ବୋଲି ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଥିଲେ । ଆମ ସରକାରର ବଜେଟ ସର୍ବସ୍ପର୍ଶୀ, ସାମଗ୍ରିକ ବିକାଶ, ମହିଳା, କୃଷକ, ଯୁବକ ଓ ଗରିବଙ୍କ ପାଇଁ ସମର୍ପିତ ବୋଲି ଶ୍ରୀ ପାଣି କହିଛନ୍ତି । ଅନୁଗୁଳ ଜିଲ୍ଲା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ସାଂସଦ ରୁଦ୍ର ନାରାୟଣ ପାଣି ବଜେଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଓଡ଼ିଶାର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଯାହା ଚଳିତ ବଜେଟ୍ରେ ସ୍ପଷ୍ଟ ହୋଇଛି । ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩କୋଟି ନୂଆ ଘର ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି  । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା- ୪ର ଆରମ୍ଭ ହୋଇଛି । ଏହି ୨ଟି ଯୋଜନାରେ ଆଗରୁ ଓଡ଼ିଶା ବ୍ୟାପକ ଲାଭ ପାଇଛି । ଆଗାମୀ ଦିନରେ ଓଡିଶା ବ୍ୟାପକ ଲାଭ ପାଇବ । ଚଳିତ ବର୍ଷ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ଟିକସର ରାଜ୍ୟ ଅଂଶ ବାବଦରେ ୯୩ହଜାର କୋଟି ଟଙ୍କା ମିଳିବାକୁ ଯାଉଛି । ଯାହା ଚଳିତ ବର୍ଷର ବଜେଟ୍ ଅପେକ୍ଷା ୧୪ହଜାର କୋଟି ଟଙ୍କା ଅଧିକ । ମହିଳା କେନ୍ଦ୍ରୀକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଉଦ୍ୟଗ ଗୁଡିକର ବଜାର ପ୍ରବେଶ ଦ୍ୱାରା ଓଡିଶା ବିଶେଷଭାବେ ପ୍ରଭାବିତ ହେବ । ମୁଦ୍ରା ଲୋନ ରାଶି ବୃଦ୍ଧି କରିବା, ଏମଏସ୍ଏମଇ ସେକ୍ଟରରେ ଋଣ ସହାୟତା ଓ କ୍ରେଡିଟ୍ ଗ୍ୟାରେଣ୍ଟି ସହିତ ଯୁବକଙ୍କୁ ଶିଳ୍ପସଂସ୍ଥାମାନଙ୍କ ସହୟତାରେ ସ୍କିଲ୍ଡ କରାଇବା ଓ ଟପ୍ ୫୦୦ କମ୍ପାନୀମାନଙ୍କରେ ପେଡ୍ ଇଂଟର୍ଣ୍ଣସିପ୍ ବ୍ୟବସ୍ଥା ଦ୍ୱାରା  ଅନେକ ଲାଭବାନ ହେବେ । କେନ୍ଦ୍ର ଓ ରାଜ୍ୟ ବଜେଟ୍ ଓଡିଶାର ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ଅନୁଗୁଳ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କର ସଂଯୋଜନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ,କୃଷକ ମୋଚ୍ଚÿା ଜିଲ୍ଲା ସଭାପତି ବିଜୟ ମାଝୀ, ଚନ୍ଦନ ସ୍ୱରାଜ ପ୍ରମୁଖ ମଞ୍ଚାସିନ ଥିଲେ ।