ଯମୁନା ନାଳରେ କୁମ୍ଭୀର; ଲୋକେ ଆତଙ୍କିତ
ଯାଜପୁରଟାଉନ : ଯମୁନା ନାଳରେ କୁମ୍ଭୀର । ଯାହା ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବୁଢ଼ା ନଦୀରୁ ଯମୁନା ନାଳ ବାହାରି ଭୁବନେଶ୍ୱରପୁର, ବେରୁଦା, ସିମିିଳିଆ ପଞ୍ଚାୟତ ଦେଇ ଖରସ୍ରୋତା ନଦୀରେ ମିଶିଛି । ଖରସ୍ରୋତା ନଦୀରୁ କୁମ୍ଭୀର ଯମୁନା ନାଳରେ ଆସି ବୁଲୁଥିବା ସ୍ଥାନୀୟ ଅଧିବାସୀ ଦେଖିବାକୁ ପାଇଥିଲେ । କୁମ୍ଭୀର ଗୃହ ପାଳିତ ପଶୁକୁ ଆକ୍ରମଣ କରିବା ନେଇ ଉଦ୍ୟମ କରୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଧିବାସୀ ଭୟଭୀତ ହୋଇପଡ଼ିଛନ୍ତି । ନାଳ ଚତୁଃପାଶ୍ୱର୍ରେ ଗୃହ ପାଳିତ ପଶୁ ବୁଲାବୁଲି କରିବା ସହ ଲୋକେ ଶୌଚ ହେବା ପାଇଁ ଯାଇଥାନ୍ତି । ନାଳରୁ ଗୃହ ପାଳିତ ପଶୁ ପାଣି ପିଇବାର ନଜିର ରହିଛି । ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି ।