ବଜ୍ରାଘାତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ାା ପ୍ରଭାନୁ୍ୟଜ ।ା ବାଙ୍କୀ: ଡମପଡ଼ା ପଞ୍ଚାୟତ ସମିତି ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନାଙ୍କ ସହଯୋଗରେ ବାଙ୍କୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାଗୃହ ଠାରେ ବ୍ରଜପାତରୁ କିପରି ସୁରକ୍ଷା ମିଳିପାରିବ ସେ ସଂପର୍କରେ ସଚେତନତା ଓ ସତର୍କତା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର ସଭାପତିତ୍ୱ କରି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ବଜ୍ରପାତରେ ବହୁ ଧନଜୀବନ ନଷ୍ଟ ହେଉଥିବାରୁ ସେଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରାଣୀବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡକ୍ଟର ଶଶିଭୂଷଣ ମହାପାତ୍ର, ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ଏନ୍ସିସି ଅଧିକାରୀ କ୍ୟାପଟେନ୍ ଗୁରୁବାରୀ ସାହୁ, ଇଂରାଜୀ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ କୁମାର ଦେବତା ଓ ଡମପଡ଼ା ପଞ୍ଚାୟତ ସମିତିର ଜୀବିକା ମିଶନର ସଂଯୋଜକ ଅକ୍ଷୟ କୁମାର ଭଟ୍ଟ ପ୍ରମୁଖ ଯୋଗଦାନ କରି ବଜ୍ରପାତ ସମୟରେ କିପରି ନିଜକୁ ସୁରକ୍ଷା କରି ହେବ ସେ ସଂପର୍କରେ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ । ଶେଷରେ ସତିଶ୍ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।