ବୃଦ୍ଧଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ 


 ପାରାଦୀପ : ପାରାଦୀପ ବନ୍ଦରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପାରାଦୀପ ସାକ୍ଷରତା ସମିତି ପକ୍ଷରୁ ସ୍ଥାନୀୟ ହରିଣ ପାର୍କ ପରିସରରେ ମଙ୍ଗଳବାର ଦିନ ଆୟୋଜିତ ଏକ  ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୫୦ ଜଣ ଆର୍ଥିକ ଅନଗ୍ରସର ବୟୋବୃଦ୍ଧ  ପୁରୁଷ ଓ ମହିଳା ମାନଙ୍କୁ ପାଣି ବୋତଲ, ଛତା, ବେଡ଼ସିଟ,  ମଶାରୀ  ଆଦି  ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଏବଂ ବନ୍ଦର ଉପ ସରଂକ୍ଷକ ଏ.ସି.ସାହୁ, ସିଏମଇ ଏସ. ନାହାକ, ସିନିଅର ଡିଟିଏମ ଏ.କେ.ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଏହି ଉପକରଣ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାକ୍ଷରତା ସମିତିର ସମ୍ପାଦକ ରାମ ଚନ୍ଦ୍ର ପ୍ରଧାନ ଓ ପ୍ରକଳ୍ପ ସଂଯୋଜକ ଅଶୋକ ମହାପାତ୍ର ସଫଳତାର ସହ ପରିଚାଳନା କରିଥିଲେ । ତେବେ ସମିତିର ଏପରି ମହତ କାର୍ଯ୍ୟକୁ ହିତାଧିକାରୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ ।