ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଯାଜପୁର ଟାଉନ : ପ୍ରେସ୍ କ୍ଲବ୍ ଯାଜପୁର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅମ୍ବର କର ଉଦ୍ଘାଟନ କରିଥିଲେ । ସଚେତନତା କାର୍ଯ୍ୟକ୍ରମରେ ଯାଜପୁର ଆଂଚଳିକ ପରିବହନ ଅଧିକାରୀ ଦୀପକ ସେଠୀ, ଏସ୍ଡିପିଓ ପ୍ରଶାନ୍ତ ମାଝୀ, ବିଜେପି ନେତା ମୃତୁ୍ୟଞ୍ଜୟ ମିଶ୍ର, ଟାଉନ ଥାନା ଏସ୍ଆଇ ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଗାଡ଼ି ମୋଟର ଚାଳକମାନଙ୍କୁ ଦୁର୍ଘଟଣାକୁ କିପରି ଏଡ଼ାଇ ଦିଆଯାଇ ପାରିବ ସେନେଇ ସଚେତନ କରାଇଥିଲେ । ମଟର ସାଇକେଲରେ ହେଲମେଟ ପିନ୍ଧି ଥିବା ଓ ସେଫ୍ଟିବେଲ୍ଟ ବ୍ୟବହାର କରିଥିବା କାର ଚାଳକମାନଙ୍କୁ ଗୋଟିଏ ଚାରାଗଛ, ଗୋଟିଏ ଗୋଲାପ ଫୁଲ ଉପହାର ସ୍ୱରୂପ ଦିଆଯାଇଥିବା ବେଳେ, ଏଥିରେ ବ୍ୟତିକ୍ରମ ଥିବା ଚାଳକଙ୍କୁ ଚକୋଲେଟ୍ ଦେଇ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ଡିଏବି ଡ୍ୟାନ୍ସ ପିଲାଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଓ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜମରାଜ, ଚିତ୍ରଗୁପ୍ତ, ଜମଗଣଙ୍କ, ଡାକ୍ତରୀଦଳଙ୍କ ନିଖୁଣ ଅଭିନୟ ପ୍ରଦର୍ଶନ ଚିତାକର୍ଷକ ହୋଇଥିଲା । କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ପ୍ରେସ୍ କ୍ଲବ୍ର ସଭାପତି ଅଜୟ କୁମାର ରାଉଳ, କାର୍ଯ୍ୟକାରୀ ସଭାପତି ଆଦିତ୍ୟ ମେକାପ, ଦେବେନ୍ଦ୍ର କୁମାର ପାଢ଼ୀ, ସାଧାରଣ ସମ୍ପାଦକ ତରୁଣ କୁମାର ନନ୍ଦ, ସଞ୍ଜୟ କର, ବିରଜା ପ୍ରସାଦ ପାଣି, ବିଭୂତିଭୂଷଣ ଖଣ୍ଡାଇ, କଳିଙ୍ଗକେଶରୀ ମହାନ୍ତି, ସଂଜୀବ କୁମାର ଜେନା, ଦିଲ୍ଲୀପ ଶଙ୍କର ବେହେରା, ପରମେଶ୍ୱର ପଣ୍ଡା, ସନ୍ତୋଷ ମିଶ୍ର, ଦିଲ୍ଲୀପ ଦାଶ, ସ୍ନେହାଶିଷ ଚ୍ୟାଉ ପଟ୍ଟନାୟକ, ମନୀଷା ରାଉତ, ତାପସ ପାଲ, ଦିବ୍ୟକାନ୍ତ କର, ଅଜୟ ମିଶ୍ର, ଶୁଭେନ୍ଦୁ ଚାଟାର୍ଜୀ, ସେକ୍ ନଜରୁଲ ଅମିନ ଉପସ୍ଥିତ ଥିଲେ ।