ବଜ୍ରାଘାତରେ ଯୁବକଙ୍କ ମୃତୁ୍ୟ


ାା ପ୍ରଭାନୁ୍ୟଜ୍ ।ା ବ୍ରହ୍ମପୁର: ଗୋଳନ୍ଥରା ଥାନା ଅଧିନସ୍ଥ ଗିରିସୋଲା ଗ୍ରାମପଞ୍ଚାୟତର ଏରେଣ୍ଡ୍ରକ୍ଷ ଗାଁର ଜୁରିଆ ପ୍ରଧାନ (୫୫) ନିଜ ଜମିକୁ ହଳ କରିବାକୁ ଯାଇଥିବା ବେଳେ ପ୍ରଚଣ୍ଡ ବଜ୍ରାଘାତ ଘଟିଥିଲା ଫଳରେ ସେଠାରେ ସେ ଟଳି ପଡ଼ିଥିଲେ । ଘଟଣା ଘଟିବା ପରେ କିଛି ଦୂରରେ ଥିବା ଅନ୍ୟ ଲୋକେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ନିକଟସ୍ଥ ଗିରିସୋଲକ୍ଷ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପରେ ପରେ ଗୋଳନ୍ଥରା ଥାନା ପୁଲିସ ପହଞ୍ଚି ଶବକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲେ । ଉକ୍ତ ମୃତ ଯୁବକ ଜଣକ ନିଜ ପରିବାରର ଏକ ମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ପୁରା ପରିବାର ଭାଙ୍ଗିପଡ଼ିଛି  । ଏହି ଘଟଣା ପ୍ରାକୃତିକ ଦୁର୍ବିପାକ ହୋଇଥିବା ହେତୁ ପ୍ରଶାସନ ନଜର ଦେଲେ ପରିବାର କୃତାର୍ଥ ହୋଇ ପାରିବ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।