ସମସ୍ୟା ଘେରରେ ପୁରାତନ ଯୋରନ୍ଦା ମହିମା ମହାବିଦ୍ୟାଳୟ 

 ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକର ପ୍ରଥମ ମହାବିଦ୍ୟାଳୟ ଯୋରନ୍ଦା ମହିମା ମହାବିଦ୍ୟାଳୟ ୧୯୭୮ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଆଉ ତିନି ବର୍ଷ ପରେ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉସôବ ପାଳନ କରିବ । ଏଠାରେ ୧୨ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନରତ । ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ, ଭୋକେସନାଲ, ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ସହିତ ସମସ୍ତ ବିଷୟର ସମ୍ମାନ ଶ୍ରେଣୀ ରହିଛି । ଏଠାରେ ଶୈଖିକ ବାତାବରଣ ଉଚ୍ଚÿ କୋଟୀର ହୋଇଥିଲେ ମଧ୍ୟ ସମସାମୟିକ ଅନ୍ୟାନ୍ୟ ମହାବିଦ୍ୟାଳୟ ତୁଳନାରେ ମହିମା ମହାବିଦ୍ୟାଳୟର ଭୀତିଭୂମିର ବିକାଶ ହୋଇପାରିନାହିଁ । ଆଜି ପର୍ଯ୍ୟନ୍ତ ସ୍ନାତକୋତ୍ତର ଶ୍ରେଣୀ ଖୋଲି ପାରିନାହିଁ । ମହିମା ମହାବିଦ୍ୟାଳୟ ନାମରେ ରେକର୍ଡ ଭୁକ୍ତ ଜମି ନଥିବାରୁ ସରକାରୀ ସହାୟତାକୁ ବଞ୍ଚିତ ହେଉଛି ମହାବିଦ୍ୟାଳୟ । ଫଳରେ ୧୨ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଢ଼ୁଥିବା ଏହି ମହାବିଦ୍ୟାଳୟର ଶ୍ରେଣୀ ଗୃହ ଅଭାବ ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆବଶ୍ୟକ ଥିବା ଶୌଚାଳୟ ନାହିଁ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଅଡିଟୋରିୟମଟିଏ ନାହିଁ । ଶ୍ରେଣୀ ଗୃହ ମଧ୍ୟରୁ କେତେ ବଖରା ମରାମତି ଅଭାବରୁ ପାଣି ଗଳୁଛି ଫଳରେ ବ୍ୟବହାର ହୋଇ ପାରୁନାହିଁ  ।ଏଠାରେ ସ୍ଥାୟୀ କଲେଜ ଅଧ୍ୟକ୍ଷ ନାହାନ୍ତି । ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଚିଠି ସହିତ ଡିଡିଓ ପାୱାର ପାଇ ଆସିଥିବା ଅଧ୍ୟକ୍ଷ ଏଠାରେ ଯୋଗନଦେଇ ଫେରିଗଲେ । ଫଳରେ ୫୦ରୁ ଊର୍ଦ୍ଧ୍ୱ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଗତ ଦୁଇ ମାସର ଦରମା ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୁଃଖ ଓ ପରିତାପର ବିଷୟ ଇପି.ଏଫ ଅଂଶଧନ ଦାଖଲ କରାଯାଇନଥିବାରୁ ଏଠାରେ ଦୀର୍ଘ ବର୍ଷ ଚାକିରି କରି ଅବସର ନେଇଥିବା ଅଧ୍ୟାପକ ଓ କର୍ମଚାରୀମାନେ ଇପି.ଏଫ ପେନସନରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ବର୍ତ୍ତମାନ ଥିବା ୧୪ଜଣ ଅଧ୍ୟାପକ କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ଇପି.ଏଫ ଅଂଶ ଦାଖଲ କରାଯାଉଥିବା ବେଳେ ଅନ୍ୟ ମାନଙ୍କ ପାଇଁ ଇପି.ଏଫ ଅଂଶ ଦାଖଲ କରାଯାଉନାହିଁ, ଫଳରେ ଭବିଷ୍ୟତରେ ଏଥିପାଇଁ ଅବସର ସମୟରେ ସେମାନେ ମଧ୍ୟ ପେନସନ ପାଇବାରୁ ବଞ୍ଚିତ ହେବେ । ମହିମା ମହାବିଦ୍ୟାଳୟ ଏକ ସୁନାମଧନ୍ୟ ମହାବିଦ୍ୟାଳୟ ଓ ଆଉ ୩ବର୍ଷ ପରେ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉସôବ ପାଳନ କରିବ । ତେଣୁ ମହାବିଦ୍ୟାଳୟର ସମସ୍ତ ସମସ୍ୟା ଦୂର କରିବା ସହିତ ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଯୋରନ୍ଦା ଅଞ୍ଚଳବାସୀ ସ୍ଥାନୀୟ ବିଧାୟକ ତଥା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଉଚ୍ଚÿ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦୃଷ୍ଠି ଆକର୍ଷଣ କରିଛନ୍ତି ।