ଭାଲୁ ଆକ୍ରମଣରେ ମହିଳା ଗୁରୁତର
ରାଇଘର: ଦିନ ଦ୍ୱିପହରରେ ଭାଲୁ ଆକ୍ରମଣରେ ମହିଳା ଗୁରୁତର ରାଇଘର ମେଡିକାଲରେ ଭର୍ତ୍ତି । ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ପଞ୍ଚାୟତର କୁଡୁମଧରା ଗ୍ରାମର ରାମ ଯାନୀଙ୍କ ସ୍ତ୍ରୀ ଦମ୍ପତିବାଇ ଯାହାଙ୍କ ବୟସ ୪୦ ବର୍ଷ ଆଜି ଖରାବେଳେ ନିଜ ମକାଜମିରେ ଯାଇଥିବା କାମ କରୁଥିବା ବେଳେ ହଟାତ କେଉଆଡୁ ଏକ ଭାଲୁ ଆସି ଦମ୍ପତିକୁ ଆକ୍ରମଣ କରି ପିଠି ଏବଂ କାନ ପାଖେ କାମୁଡି ଦେଇଥିଲେ ପରେ ମହିଳା ଜଣକ ଚିକôାର କରିବା ପରେ ଆଖପାଖ ଜମିରେ କାମ କରୁଥିବା ଲୋକେ ଧାଇଁ ଆସି ମହିଳାଙ୍କୁ ଉଦ୍ଧାର କରି ପରିବାର ଲୋକେ ଆହତ ମହିଳାଙ୍କୁ ରାଇଘର ମେଡିକାଲକୁ ଚିକିସôା ପାଇଁ ଆଣିଥିଲେ ପ୍ରାଥମିକ ଚିକିସôା ପରେ ଡକ୍ଟର ଆହତ ମହିଳାଙ୍କୁ ଉମରକୋଟ ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିବାର ସୂଚନା ମିଳିଛି ।