ବଢୁଛି ତାତି, ଜଳଛତ୍ର ଖୋଲିବାକୁ ଦାବି 

 ବରୀ : ବଢିବାରେ ଲାଗିଛି ତାପମାତ୍ରା  । ଟାଣ ଖରା ସହିତ ଗୁଳୁଗୁଳି ଜୀବଜଗତକୁ ଅସହ୍ୟ କରୁଛି  । ଦିନ ୧୨ ବାଜିଲେ ଖରାର ପ୍ରକୋପ ନ କହିବା ହିଁ ଭଲ  । ପଥଚାରୀମାନେ ଛାଇ ଜାଗା ଦେଖି ବିଶ୍ରାମ ନେଉଛନ୍ତି  । ରାସ୍ତା ପାର୍ଶ୍ୱରେ ଏବେ ତରଭୁଜ, ଲସି, ଆଖୁରସ, ପଇଡ, ମୃଦୁ ପାନୀୟକୁ ଲୋକମାନେ ବେଶ୍ ପସନ୍ଦ କରୁଥିବା ବେଳେ ତାତିରୁ ନିସ୍ତାର ମିଳୁନାହିଁ  । ମଣିଷଠାରୁ ପଶୁପକ୍ଷୀ ପାଣି ମୁନେ୍ଦ ପାଇଁ ଆଉଟୁ ପାଉଟୁ ହେଉଛନ୍ତି  । ଏପରି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ସହିତ ପଶୁପକ୍ଷୀଙ୍କ ପାଇଁ ପାଣିକୁଣ୍ଡର ବ୍ୟବସ୍ଥା ପାଇଁ ସାଧାରଣରେ ଦାବି ହେଉଛି ।