ବନ ବିଭାଗର ଚିନ୍ତା ବଢାଇଛି ହାତୀ ଛୁଆ
ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ଲୁହାସିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁସୁମକୁହୁରି ଗଙ୍ଗାପାଣି କ୍ଷୁଦ୍ର ଜଳସେଚନର କେନାଲରେ ଫସି ରହିଥିବା ଏକ ମାଈ ହାତୀ ଛୁଆକୁ ଆଠମଲ୍ଲିକ ବନ ବିଭାଗ ଖୁବ ସତର୍କତା ସହିତ ଉଦ୍ଧାର କରିଥିଲେ ମଧ୍ୟ, ଆଜକୁ ୪ଦିନ ହେଲା ମା ହାତୀ ଆସି ନେଉ ନଥିବାରୁ ବନ ବିଭାଗର ଚିନ୍ତା ବଢ଼ି ଯାଇଛି । ମାତ୍ର ୨୦/୨୫ ଦିନର ଏହି ହାତୀ ଛୁଆକୁ ବନ ବିଭାଗ ଆଠମଲ୍ଲିକ ଆଣି ଚିକିସôା କରିବା ସହିତ ସମସ୍ତ ପ୍ରକାର ଯନô ନେଉଥିବା ଜଣାଯାଇଛି । ଗତ ଗୁରୁବାର ରାତିରେ ଗଙ୍ଗାପାଣି କେନାଲ ଭିତରେ କୌଣସି କାରଣ ବଶତଃ ହାତୀଛୁଆଟି ଖସି ପଡିଥିଲା । ସକାଳ ହେବାରୁ ହାତୀପଲ ଛୁଆକୁ ଛାଡି ଜଙ୍ଗଲକୁ ଚାଲି ଯାଇଥିଲେ । ସକାଳୁ ଖବର ପାଇ ବନ ବିଭାଗ ସେଠାରେ ପହଁଞ୍ଚି ହାତୀ ଛୁଆକୁ ଉଦ୍ଧାର କରିଥିଲେ । ପ୍ରଥମ ଦିନ ହାତୀ ପଲ ଆସି ଛୁଆକୁ ନେବ ବୋଲି ବନ ବିଭାଗ ରାତିସାରା ସେଠାରେ ଜଗିରହିଥିଲେ । ହେଲେ ହାତୀପଲ ଛୁଆ ଠାରୁ ମାତ୍ର ୧୦୦ମିଟର ଦୂରତା ପର୍ଯ୍ୟନ୍ତ ଆସି ଫେରି ଯାଇଥିଲେ । ହାତୀ ଛୁଆ ମଣିଷ ସଂସ୍ପର୍ଶରେ ଆସିଥିବାରୁ ମଣିଷର ଗନ୍ଧ ଅନୁଭବ କରି ହାତୀ ମାନେ ଛୁଆକୁ ନେଉନଥିବା ବନ ବିଭାଗ ଅନୁମାନକରିଥିଲା । ତେଣୁ କିଛି ଦୂରତା ଜଙ୍ଗଲରେ ଖୁଆଡ଼ ତିଆର କରି ହାତୀ ଛୁଆ ଦେହରେ ହାତୀ ମଳ ଏବଂ ମାଟି ମଖାଇ ରଖାଯାଇଥିଲା । ବନ ବିଭାଗ ଦିନ ଓ ରାତି ତମାମ ଲୁଚି ଜଗି ରହିଥିଲେ । ହେଲେ ହାତୀପଲ କିମ୍ବା ମା ହାତୀ ସେଠାକୁ ଆସି ତା ଛୁଆକୁ ନେଇନଥିଲା । ଫଳରେ ହାତୀ ଛୁଆକୁ ନେଇ ବନ ବିଭାଗର ଚିନ୍ତା ବଢ଼ି ଯାଇଛି । ହାତୀ ଛୁଆଟି ବର୍ତମାନ ବନ ବିଭାଗ ହେପାଜତରେ ରହିଛି । ବନ ବିଭାଗ ସମସ୍ତ ପ୍ରକାର ଯନô ନେବା ଜାରି ରଖିଛି ।