ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ
ନୀଳଗିରି: ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ନୀଳଗିରି ପୁଲିସ ପକ୍ଷରୁ ନୀଳଗିରି ଥାନା ନିକଟରେ ସମସ୍ତ ବାଇକ୍ ଆରୋହୀଙ୍କୁ ଅଭିନବ ଢ଼ଙ୍ଗରେ ସଚେତନତା କରାଯାଇଥିଲା । ଆଇଆଇସି ଗୋପାଳ କର୍ଣ୍ଣଙ୍କ ନିଦେ୍ର୍ଦଶରେ ସମସ୍ତ ପୁଲିସ ଅଧିକାରୀ ସମସ୍ତ ବାଇକ୍ ଆରୋହୀଙ୍କୁ ଫୁଲତୋଡା ଦେଇ ସଚେତନ କରାଇବା ସହ ନିଶା ସେବନ କରି ଗାଡ଼ି ଚଳାନ୍ତୁ ନାହିଁ, ଗାଡ଼ି ଚଲାଇବା ବେଳେ ହେଲ୍ମେଣ୍ଟ ପିନ୍ଧନ୍ତୁ, ଗାଡ଼ି ଚଲାଉ ଥିବା ବେଳେ ମୋବାଇଲରେ କଥା ବାର୍ତ୍ତା ହୁଅନ୍ତୁ ନାହିଁ, ଟ୍ରାଫିକ୍ ସିଙ୍ଗନାଲକୁ ଅବଲମ୍ବନ କରନ୍ତୁ, ସଠିକ୍ ରାସ୍ତାରେ ଗାଡ଼ି ଚଲାନ୍ତୁ, ଉପରେ ସଚେତନତା କରାଇଛନ୍ତି । ନୀଳଗିରି ଥାନା ରାସ୍ତାରେ ଶହଶହ ବାଇକ୍ ଆରୋହୀଙ୍କୁ ନବବର୍ଷରେ ସ୍ୱାଗତ କରିବା ସହ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ସବ୍ଇନ୍ସପେକ୍ଟର ଦିଲ୍ଲୀପ ସେନାପତି, ସବ୍ଇନ୍ସପେକ୍ଟର ସୁବାର୍ଣ୍ଣ ବେହେରା, ଏଏସ୍ଆଇ ଭାଗବତ ରାଉତ, ଅନନ୍ତ ମୁର୍ମୁ, ଚିତ୍ତରଞ୍ଜନ ନାୟକ ରିତେଶ ଶେଖର ନାୟକ ପ୍ରମୁଖ ସାମିଲ ଥିଲେ ।