ପ୍ରମିଳା ଓ ଶର୍ମିଷ୍ଠାଙ୍କ ପ୍ରଚାର
ବିଞ୍ଝାରପୁର, : ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଉତ୍ତଙ୍ଗରା ପଞ୍ଚାୟତ ଠାରେ ବିଜେଡିର ବରିଷ୍ଠ ନେତା ଦର୍ପନାରାୟଣ ଦାସ ଓ ସୁଶାନ୍ତ ରାଉତରାୟଙ୍କ ନେତୃତ୍ୱରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କର୍ମୀ ସମ୍ମିଳନୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ପ୍ରମିଳା ମଲ୍ଲିକ ଓ ଯାଜପୁର ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସରକାର ମହିଳା ମାନଙ୍କ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିବା ସହିତ ଗାଁର ବିକାଶ କରିବାରେ ସଫଳ ହୋଇଥିବା ପ୍ରକାଶ କରି ନିଜ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଶତାଧିକ କର୍ମୀ ମଟରସାଇକେଲ ଶୋଭାଯାତ୍ରା କରି ପ୍ରାର୍ଥୀ ମାନଙ୍କୁ ପାଛୋଟି ନେଇଥିଲେ । ବିଞ୍ଝାରପୁରର ବିକାଶ ନବୀନ ପଟ୍ଟନାୟକଙ୍କ ସରକାର କରିଥିବା ବେଳେ ବିରୋଧି କିଛି ନକରି ନିର୍ବାଚନ ସମୟରେ ଉଢା ଚଢେଇ ପରି ଆସି ବିଞ୍ଝାରପୁର ବାସୀଙ୍କୁ ଭୂଁଆ ବୁଲାଇ ମିଛ ସ୍ୱପ୍ନ ଦେଖାଉଛନ୍ତି ବୋଲି ପ୍ରମିଳା କହି ବିରୋଧିଙ୍କୁ ଟାର୍ଗେଟ କରିଥିଲେ । କର୍ମୀ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ରଂଜିତା ଦାସ, ସରପଞ୍ଚ ସନ୍ତୋଷ ମଲ୍ଲିକ, ସମିତିସଭ୍ୟ ମନୋଜ ଯେନା, ମୁରଲି ବେହେରା ପ୍ରମୁଖଙ୍କ ସମେତ ହଜାରରୁ ଉର୍ଦ୍ଧ ମହିଳା କର୍ମୀ ଯୋଗ ଦେଇଥିଲେ ।