ବନମହୋତ୍ସବ ପାଳିତ
ନବରଙ୍ଗପୁର : ଜୁନିୟର ରେଡକ୍ରସ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିୟର ରେଡକ୍ରସ ସଭାପତି ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତନ୍ମୟ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ, ଜୁନିୟର ରେଡକ୍ରସ ସଂପାଦକ ପ୍ରଭାତ ପଟ୍ଟନାୟକ, ଜୁନିୟର ରେଡକ୍ରସ ଅଫିସର ପ୍ରକାଶିନୀ ଚୌଧୁରୀ, ଜିଲ୍ଲାର ୧୦ଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମସ୍ତ ଛାତ୍ରଛାତ୍ରୀମାନେ ଆଗ୍ରହର ସହ ସମ୍ପାଦନ କରିଥିଲେ । ନବରଙ୍ଗପୁର ଜିଲ୍ଲା ସ୍ଥିତ ସମସ୍ତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ, ଜୁନିୟର ରେଡକ୍ରସ କାଉନସିଲରମାନେ ଭଲୁ୍ୟଣ୍ଟରମାନଙ୍କ ସହ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ।
ବଲାଙ୍ଗିର, ୧୦ା୭ : ବଲାଙ୍ଗିର ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍ଯ୍ୟସମାଜ ମନ୍ଦିର ଚତୁର୍ପାଶ୍ୱରେ ·ରା ରୋପଣ କରାଯାଇଥିଲା । ଉପସଭାପତି ନିତ୍ୟାନନ୍ଦ ମିଶ୍ର ଓ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ସ୍ଥାନ ନିରୁପଣ କରିଥିବାବେଳେ ସ୍ଥାନୀୟ ବନ ବିଭାଗର ରେଞ୍ଜ ଅଫିସର ନବୀନ କୁମାର ପଣ୍ଡା ସହଯୋଗ କରିଥିଲେ । ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ମଧୁ ସୁଦନ ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ନରେନ୍ଦ୍ର କୁମାର ଆ·ର୍ଯ୍ୟ ଓ ସଦସ୍ୟ ଜୟରାମ ମିଶ୍ର ପ୍ରମୁଖ ବନମହୋତ୍ସବର ବାର୍ତ୍ତା ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ମୋତିଲାଲ ସାହୁ, ସୁବ୍ରତ ବହିଦାର, ସୁବାଷ ଶତପଥି, ଶତୃଘନ ସିଂ, ପର୍ଶୁରାମ ନାୟକ, ଗୋପବନ୍ଧୁ ପୁରୋହିତ, କିଶୋର ମୋହନ ମିଶ୍ର, ଡ. ପ୍ରମୋଦ ମିଶ୍ର, ଦିବାକର ହୋତା, କେଶବ ଚନ୍ଦ୍ର ମିଶ୍ର, ମଦନଲାଲ ବର୍ମା ଓ ଜଗଦିଶ ନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହାୟତା କରିଥିଲେ । ଶେଷରେ ସଭାପତି ଡ. ଶ୍ରୀକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।