ବନମାଳୀ ଦାସଙ୍କ ଶ୍ରାଦ୍ଧବାର୍ଷିକୀ 

 ଗୋପ: ପୁରୀ ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ହେଉଛି ଗୋପ ନିଗମାନନ୍ଦ ସରକାରୀ ବିଦ୍ୟାଳୟ । ଯାହାର ପ୍ରଣାପ୍ରତିଷ୍ଠାତା ହେଉଛନ୍ତି ଗୋପ ଅଞ୍ଚଳର ଆଇନୀଜୀବୀ ତଥା ଶିକ୍ଷାବିତ୍ ସ୍ୱର୍ଗତ ବନମାଳୀ ଦାସ । ଏହା ଆମ ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ୧୯୪୪ ମସିହାରେ ସ୍ଥାପିତ କରିଥିଲେ । ଶିକ୍ଷାର ପ୍ରସାର ଓ ପ୍ରଚାର କ୍ଷେତ୍ରରେ ସ୍ୱର୍ଗତ ଦାସଙ୍କ ଅବଧାନ ଅତୁଳନୀୟ ଯାହାର ଫଳସୂରୋପ ସ୍କୁଲରୁ ଶତାଧିକ ବିଜ୍ଞ ଓ ପ୍ରତିଷ୍ଠିତ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କରି ସ୍ମୃତି ଉଦେ୍ଦଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହାକୁ ସ୍କୁଲର ପୁରାତନ ଛାତ୍ରଙ୍କ ଦ୍ୱାରା ଗଠିତ ବନମାଳୀ ସ୍ମୃତି ପରିଷଦ ଆୟୋଜନ କରିଥାଏ । କାର୍ଯ୍ୟକ୍ରମରେ ପ୍ରଧାଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ବ୍ରହ୍ମକ୍ଷନନ୍ଦ ସାହୁ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଲିଙ୍ଗରାଜ ହୋତା, ରବିନ୍ଦ୍ରନାଥ ବେହେରା, ସତ୍ୟନାରାୟଣ ସେନାପତି, ବିମ୍ବାଧର ସେନାପତି, ସଚ୍ଚିଦାନନ୍ଦ ଗୋଛାୟତ, ଭବାନୀ ଶଙ୍କର ସାମନ୍ତରାୟ, ବସନ୍ତ ସେନାପତି, ପ୍ରଦୀପ୍ତ ସିଂ, ଶିକ୍ଷୟତ୍ରୀ ବନ୍ୟା ପଟ୍ଟନାୟକ ପ୍ରମୁକ ଉପସ୍ଥିତଥିଲେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରୀ ପ୍ରିୟଙ୍କା ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବିଭିର୍ଣ୍ଣ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।