ବନ୍ଧୁକ ଜବତ ପରେ ଉପକୂଳ ସୁରକ୍ଷା ଚିନ୍ତାରେ ପୁଲିସ 

 ରାଜନଗର : ରାଜନଗର ବ୍ଲକରେ ଶନିବାର ଦିନ ଜଣେ ବଙ୍ଗଭାଷୀ ଯୁବକ ବନ୍ଧୁକ ସହିତ ଧରା ପଡିବା ପରେ ଉପକୂଳ ସୁରକ୍ଷା ଚିନ୍ତା ଗୃହ ବିଭାଗକୁ ଚିନ୍ତାରେ ପକାଇଛି । ବିଶେଷକରି ଏହି ବ୍ଲକର ୨୯ଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୯ଟି ପଞ୍ଚାୟତରେ ବଙ୍ଗଭାଷାଭାଷୀ ଲୋକମାନେ ବସବାସ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୫ଟି ପଞ୍ଚାୟତ ସଂପୂର୍ଣ୍ଣ ବଙ୍ଗଭାଷାଭାଷୀ ଅଞ୍ଚଳ । ଏହି ବ୍ଲକରେ ରାଜନଗର ଥାନା, ତାଳଚୁଆ ସାମୁଦ୍ରିକ ଥାନା ଓ ଗୋଟିଏ ଗୁପ୍ତି ଫାଣ୍ଡି ରହିଛି । ଦୁଇଟି ଥାନା କାର୍ଯ୍ୟକ୍ଷମ ଥିବା ବେଳେ ଗୁପ୍ତି ଫାଣ୍ଡି କେବଳ କାଗଜପତ୍ରରେ ଚାଲିଛି । ଏପରି ସ୍ଥିତିରେ ତାଳଚୁଆ ସାମୁଦ୍ରିକ ଥାନା ପୁଲିସ ସଜାଗ ହୋଇଉଠିଛି । ସାମୁଦ୍ରିକ ଥାନା ଅଞ୍ଚଳରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ପୁଲିସ ଅନୁଧ୍ୟାନ କରୁଛି । ଆଇଆଇସି ବିମଳ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଡ୍ରୋନ କ୍ୟାମେରା ପରିଚାଳନା କରାଯାଉଛି । ପ୍ରାୟ ୧୦କିଲୋମିଟର ପର୍ଯ୍ୟନ୍ତ ଏହି କ୍ୟାମେରା ସାହାଯ୍ୟରେ ନଜର ରଖା ଯାଇଛି । ଯେଉଁଠି ସନେ୍ଦହ ଉପୁଜିବ ତାହାର ତଦନ୍ତ କରାଯିବ କରିବୁ ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।