ଜିନ୍ଦଲ ପକ୍ଷରୁ ସୋଲେଇ ଗ୍ରାମରେ ଡଷ୍ଟବିନ ବିତରଣ
କଳିଙ୍ଗନଗର: ଜିନ୍ଦଲ ଷ୍ଟେନଲେସ ଲିମିଟେଡ କଳିଙ୍ଗନଗର ଦ୍ୱାରା ଦାନଗଦୀ ବ୍ଲକ ସୋଲେଇ ଗ୍ରାମର ୨୫୦ଜଣ ଅଧିବାସୀଙ୍କୁ ଓଦା ଏବଂ ଶୁଖିଲା ବର୍ଜ୍ଜ୍ୟବସ୍ତୁ ସଂଗ୍ରହ କରିବା ନିମନ୍ତେ ଡ଼ଷ୍ଟବିନ ବଣ୍ଟନ କରାଯାଇଛି । ଜଣ ପିଛା ଦୁଇଟି କରି ୫୦୦ଟି ଡଷ୍ଟବିନ ପ୍ରଦାନ କରାଯାଇଛି ଓ ଏହି ପରିପ୍ରେକ୍ଷୀରେ ଏକ ଡଷ୍ଟବିନ ବିତରଣ ଏବଂ ପରିବେଶ ସଚେତନ କାର୍ଯ୍ୟକ୍ରମ ଦାନଗଦୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ତ୍ରିଜଙ୍ଗା ସମିତିର ସମିତି ସଭ୍ୟ ଜାହାଙ୍ଗୀର ଖାଁ, ତ୍ରିଜଙ୍ଗା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କାମିନୀ ସାହୁଙ୍କ ସମେତ ଜିନ୍ଦଲ ଷ୍ଟେନଲେସର ବରିଷ୍ଠ ଅଧିକାରୀ ଯୋଗ ଦେଇ ଜିନ୍ଦଲ କମ୍ପାନୀ କର୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଷ୍ଟେନଲେସ ସ୍ୱଚ୍ଛତା ଅଭିଯାନ ପ୍ରକଳ୍ପର ଉଦେ୍ଦଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସୋଲେଇ ଗ୍ରାମର ଶୈଳବାଳା ସାହୁ ଏବଂ ଦିଲ୍ଲୀପ ସାହୁ ଷ୍ଟେନଲେସ ସ୍ୱଚ୍ଛତା ଅଭିଯାନ ପ୍ରକଳ୍ପ କିପରି ଗ୍ରାମ୍ୟ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାରେ ସହାୟକ ହୋଇପାରୁଛି ସେ ବିଷୟରେ ବର୍ଣ୍ଣନା କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ ଏହାର ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ମାଧ୍ୟମରେ ଶୋଲେଇ ଗ୍ରାମକୁ ଏକ ଆଦର୍ଶ ସ୍ୱଚ୍ଛ ଗ୍ରାମ କରିବା ପାଇଁ ଷ୍ଟେନଲେସ ସ୍ୱଚ୍ଛତା ଅଭିଯାନ ପ୍ରକଳ୍ପ କାର୍ଯ୍ୟ କରି କରିଆସୁଛି । ଗ୍ରାମର ବିଭିନ୍ନ ଆବର୍ଜନାପୂର୍ଣ୍ଣ ସ୍ଥାନ ଚିହ୍ନଟ କରି ସେଗୁଡିକୁ ବର୍ଜ୍ଜମୁକ୍ତ କରିବା ସହିତ ସେହି ସ୍ଥାନମାନଙ୍କରେ ଆଳଙ୍କାରିକ ବୃକ୍ଷରୋପଣ, ପ୍ରତିଦିନ ପ୍ରତ୍ୟକ ଘରୁ ଅଳିଆ ସଂଗ୍ରହ, ପ୍ରତ୍ୟେକ ବର୍ଗର ଲୋକ ମାନଙ୍କୁ ନେଇ ଗ୍ରାମ୍ୟ ସ୍ୱଚ୍ଛତା କମିଟି ଗଠନ ଏବଂ ଏହା ସାହାଯ୍ୟରେ ଗ୍ରାମବାସୀ ମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ସଚେତନ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ସହିତ ସ୍ୱଚ୍ଛ ପରିବେଶ ଉପରେ ସଚେତନତା, ଗ୍ରାମ୍ୟ ପୁଷ୍କରିଣୀର ପୁନରୁଦ୍ଧାର ଏବଂ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଏହି ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରି କରିଆସୁଛି । ଚଳିତ ବର୍ଷ ଶୋଲେଇ ଗ୍ରାମକୁ ଏକ ଆଦର୍ଶ ଆବର୍ଜନା ମୁକ୍ତ ଗ୍ରାମ କରିବା ପାଇଁ କମ୍ପାନୀ କର୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମକୁ ଜିଡିଏଫ ସ୍ୱେଛାସେବୀ ସଂସ୍ଥାର ଶରତ କୁମାର ଯାଦବ, ସୁସ୍ମିତା ପୁହାଣ ପ୍ରଭୃତି ପରିଚାଳନା କରିଥିଲେ । ଜିନ୍ଦଲ ଷ୍ଟେନଲେସ ସିଏସଆର ବିଭାଗର ବରିଷ୍ଠ ପ୍ରବନ୍ଧକ ତପନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।