ବ୍ରାହ୍ମଣୀରେ ବଡଧରଣର ବନ୍ୟା ଆଶଙ୍କା
ଧର୍ମଶାଳା : ବ୍ରାହ୍ମଣୀ ନଦୀରେ ଆଗକୁ ଏକ ବଡଧରଣର ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି । ଏବେ ସେପ୍ଟେମ୍ବର ମାସ ଚାଲିଥିବା ବେଳେ ପୁର୍ବପେକ୍ଷା ବର୍ଷାର ପରିମାଣ ଧିରେ ଧିରେ କମିବାରେ ଲାଗିଛି । ହେଲେ ଯେ କୌଣସି ସମୟରେ ଲଘୁଚାପ ଜନିତ ବର୍ଷା ବିତ୍ପାତ ଆଣି ପାରେ ବୋଲି ଆକଳନ କରାଯାଇଛି । ବର୍ତମାନ ସମୟରେ ରେଙ୍ଗାଲି ଡ୍ୟାମର ସମସ୍ତ ଗେଟ ବନ୍ଦ ରହିଥିବା ବେଳେ ଡ୍ୟାମରୁ ବନ୍ୟାଜଳ ନିଷ୍କାସନକୁ ରୋକାଯାଇଛି । ହେଲେ ଡ୍ୟାମର ଜଳପତନ ଦିନକୁ ଦିନ ବଡିବାରେ ଲାଗିଛି । ରେଙ୍ଗାଲିର ସର୍ବୋଚ ଜଳଧାରଣ କ୍ଷମତା ୨୩.୫୦ ମିଟର ରହିଥିବା ବେଳେ ଆଜି ଜଳପତନ୨୨.୯୦ମିଟର ରହିଛି । ତେବେ ଏହା ଧିରେ ଧିରେ ବଡିବାରେ ଲାଗିଛି । ଗତ ବର୍ଷ ଆଜିର ଦିନରେ ଡ୍ୟାମରେ ୧୨୧.୧୦ ମିଟର ଜଳପତନ ରହିଥିଲା । ଗତ ବର୍ଷ ରେଙ୍ଗାଲିରେ ପାଖାପାଖି ୨ମିଟର ଅଧିକ ବନ୍ୟାଜଳ ରହିଛି । ଏବେ ଶୁଖିଲା ପାଗରେ ଡ୍ୟାମରୁ ଜଳନିଷ୍କାସନ ନକରାଯାଇ ଛାଡି ଦିଆଯିବା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ଅଲୋଚନା ହେଉଛି । ଏଭଳି ସ୍ଥଳରେ ଡ୍ୟାମରୁ ଜଳ ନିଷ୍କାସନ ପାଇଁ ଗୋଟିଏ କିମ୍ବା ଦୁଇଟି ଗେଟ ଖୋଲିବା ଜରୁରି ହୋଇପଡିଛି । ଜଳସେଚନ ବିଭାଗ ଏହାକୁ ଅଣ ଦେଖା କଲେ ନଦୀ କୁଳିଆ ଲୋକେ ଆଗକୁ ଦୁର୍ଦ୍ଦଶା ଭୋଗିବା ଥୟ ବୋଲି ଆକଳନ କରାଯାଇଛି । ଏଭଳି ଅବସ୍ଥାରେ ଆଗକୁ ଯଦି ବଡଧରଣର ଲଘୁଚାପ ହୁଏ ଏବଂ ବନ୍ୟା ଆସେ ତେବେ ଜଳସେଚନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିଲାଗି ଦାୟି ରହିବେ ବୋଲି ନଦୀ କୁଳିଆ ବାସିନ୍ଦା ଅଭିଯୋଗ କରିଛନ୍ତି ।