ବନ୍ୟା ପାଣିରେ ଭାସି ଯୁବକ ମୃତ

 ଦଶରଥପୁର : ଏହି ବ୍ଲକ୍ ଜୟନ୍ତରା ପଂଚାୟତର ଚାନ୍ଦକୁଡ଼ା ଗ୍ରାମର ମକରା ଜେନାଙ୍କ ୨୨ ବର୍ଷୀୟ ପୁଅ ସନ୍ତୋଷ ଜେନା  ବୈତରଣୀ ନଦୀର ଚାନ୍ଦକୁଡ଼ା ଘାଟ ନିକଟରେ ଥିବା କଣ୍ଡିଆ ମଧ୍ୟରେ ପ୍ରଖର ବନ୍ୟା ସ୍ରୋତରେ ଭାସି ଯାଇ ମୃତୁ୍ୟ ବରଣ କରିଥିବା ବେଳେଅଗ୍ନିଶମ ବାହୀନ ଶବକୁଉଦ୍ଧାର କରିଛି । ମଧ୍ୟାହ୍ନରେ ନିଖୋଜ ସନ୍ତୋଷଙ୍କ ସହ ତାଙ୍କ ୨ ସାଙ୍ଗ କଣ୍ଡିଆ ମଧ୍ୟରେ ଥିବା ଏକ ଘର ନିକଟରୁ ବନ୍ୟା ଜଳରେ ପହଁରି ବନ୍ଧ ନିକଟକୁ ଆସୁଥିବା ବେଳେ ବନ୍ୟାପାଣିରେ ବୁଡ଼ି ଯାଇଥିଲେ । ସାଙ୍ଗରେ ଥିବା ୨ ସାଙ୍ଗ ସନ୍ତୋଷ ବୁଡ଼ିଯିବା ନେଇ ଗ୍ରାମରେ କହିବା ପରେ ସନ୍ତୋଷ ବୁଡ଼ି ଯାଇଥିବା ସ୍ଥାନରେ ରୁଣ୍ଡ ହୋଇ ତୁରନ୍ତ ପ୍ରଶାସନ ନିକଟକୁ ଖବର ଦିଆଯାଇଥିଲା । ଦଶରଥପୁର ଓ ଯାଜପୁର ଦମକଳ ବାହିନୀ ପକ୍ଷରୁ ପାୱାର ବୋଟ ସାହାଯ୍ୟରେ ପ୍ରାୟ ୨ ଘଂଟାରୁ ଉର୍ଦ୍ଧ ସମୟ ବୁଡ଼ିଯାଇଥିବା ସ୍ଥାନରେ ଖୋଜି  ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ।