ବନ୍ୟାରେ ପ୍ରଭାବିତ ୯ ପଞ୍ଚାୟତ : ବାହ୍ୟ ଜଗତରୁ ବିଚ୍ଛିନ୍ନ ୪ଗାଁ

ରାଜକନିକା : ରାଜକନିକା ବ୍ଲକ ବନ୍ୟା ପାଣିରେ ହନ୍ତସନ୍ତ ଲୋକେ । ବୈତରଣୀ ଓ ଖରସ୍ରୋତା ନଦୀରେ ବନ୍ୟା ଆସିବା ଫଳରେ ୨ଦିନ ଦିନ ହେବ ଭରିଗଦା, ବରୁଣାଡ଼ିଆ, ସିକୋ, କୋରନ୍ଦ, ପଧାନ ପଡା, ହାଟସାହି, ପଣସଗଣ୍ଡ, ବାହାରା ଦୋମଣ୍ଡା ଓ ନହୁଣୀ ପଞ୍ଚାୟତର ପ୍ରାୟ ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ ହେବା ସହିତ ଲୋକ ପାଣି ଘେରରେ ରହିଛନ୍ତି । ବନ୍ୟା ପୀଡ଼ିତଙ୍କ ନିକଟରେ ଏଯାଏଁ ସ୍ଥାନୀୟ ପ୍ରଶାସନ ଦେଖା ନ ମିଳିବା ଏବେ ଉଦାସୀନତାର ବିଷୟ ପାଲଟିଛି । ତେବେ ଏଯାଏଁ ରିଲିଫ୍‌ କିମ୍ବା ଗୋଖାଦ୍ୟ ସାମଗ୍ରୀ ପହଞ୍ଚି ନାହିଁ କି ମେଡିକାଲ ଟିମର ଦେଖା ନାହିଁ ଯାହାକୁ ନେଇ ବନ୍ୟା ପୀଡିତଙ୍କ ପାଇଁ କୁଠାର ଘାତ ହୋଇଛି । ତେବେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍‌ର ଶେଷ ସୀମାରେ ଯାଜପୁର ଜିଲ୍ଲାକୁ ଲାଗି ରହିଥିବା ରାଜକନିକା ବ୍ଲକର ବାରାହା ଦୋମାଣ୍ଡା ପଞ୍ଚାୟତର କନପୁର,ମାନପୁର, ଗୁଣ୍ଠଳ ଓ ପଧାନପଡା ପଞ୍ଚାୟତର ଗହମପାଳ, ବାଲିସହି, ହଳୁପଡା ଆଦି ଗାଁ ଏବେ ଜଳ ବନ୍ଦୀରେ ବାହ୍ୟ ଜଗତ ଠୁ ବିଛିନ୍ନ ଥିବାବେଳେ ବୈତରଣୀ ନଦୀରେ କୁମ୍ଭୀର ମାଳ ମାଳ ଥିବାରୁ ଭୟ ଆତଙ୍କରେ ଗାଁର ଲୋକେ ।

ଗାଁ ଦାଣ୍ଡରେ କେଉଁଠି ତିନି ଫୁଟର ପାଣି ଲହଡା ମାରୁଥିବା ବେଳେ ଗହମପାଳ ଗାଁ ସ୍କୁଲରେ ପାଣି ପଶିଯିବରୁ ଦୁଇ ଦିନ ହେବ ସ୍କୁଲ ବନ୍ଦ, ୨୭ତାରିଖ ରେ ଗଣେଶ ପୂଜା ଥିବରୁ ପିଲାମାନେ ପୂଜାରୁ ବଞ୍ଚିତ ହୋଥିବା ଦେଖିବାକୁ ମିଳିଛି । ଆଉ କେଉଁଠି ଅଣ୍ଟାଏ ପାଣି ଥିବାରୁ ରାତ୍ରି ସମୟରେ ବିଷଧର ସାପ ମାନଙ୍କର ଭୟ ସାଙ୍ଗକୁ ପିଇବା ପାଣି ଟୋପେ ପାଇଁ ଲୋକେ ହନ୍ତସନ୍ତ ହୋଇ ଜୀବନ ବଞ୍ଚାଛୁ ଥିବା ବେଳେ କିଛି ଲୋକେ ଦୂଷିତ ପାଣି ପି ଝାଡା ବାନ୍ତି ଭଳି ସମସ୍ୟା ଦେଖା ଦେଉଥିବାରୁ ମେଡିକାଲ ଟିମ୍‌ ଘଟଣା ସ୍ଥଳରେ ନ ପହଂଚିବାରୁ ଲୋକଙ୍କ ମନରେ ଉକ୍ରଣ୍ଠା ଦେଖାଦେଇଛି । ତେବେ ଚଳିତ ବର୍ଷ ଲଗାତାର ଭାବରେ ଚାରି ଚାରି ଥର ବନ୍ୟା ଆସିବା ଦ୍ୱାରା ଚାଷ ବାସ ଉଜାଡିବା ସହିତ ଏବେ ପୁଣି ଏହି ବନ୍ୟା ଚାଷୀର ମେରୁଦଣ୍ଡକୁ ଦୋହଲ୍ଲାଇ ଦେଇଛି । ତେବେ ଚାଷୀ ବିଭିନ୍ନ ବ୍ୟାଙ୍କ ଓ ସମବାୟ ସମିତି ରୁ ଋଣ ଆଣି ଚାଷ କରିଥିବା ବେଳେ ଚାଷ ଉଜୁଡି ଯିବାରୁ ଚାଷୀ ଋଣ କିପରି ସୁଜିବ ତାହା ଏବେ ଚାଷୀର ମୁଣ୍ଡବେଥାର କରଣ ହୋଇଛି । ତେବେ ପ୍ରଶାସନ ବନ୍ୟା ପୀଡିତାଙ୍କୁ ରିଲିଫ, ଶୁଖିଲା ଖାଦ୍ୟ ଓ ଗୋ ଖାଦ୍ୟ ଯୋଗାଇ ଦେବାକୁ ବିଜେପିର ବରିଷ୍ଠ ନେତା ପ୍ରଫେସର ବୈକୁଣ୍ଠ ନାଥ ପରିଡା, ବିଜେଡି ଯୁବ ସଂଗଠକ ପବିତ୍ର ରାଉତଙ୍କ ସମେତ ରାଜକନିକା ଅଞ୍ଚଳବାସୀ ଦାବି କରିଛନ୍ତି ।