ଅଗ୍ନିବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡା : ରାଜଗଡ଼ ପଂଚାୟତ ମାଣିତିରି ଗ୍ରାମରେ ଗତ ଦୁଇଦିନ ତଳେ ବିଳମ୍ବିତ ରାତିରେ ନିରଞ୍ଜନ ରାଉତଙ୍କ ଘରେ ନିଆଁ ଲାଗି ସମସ୍ତ ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଛି । ପରିବାର ଲୋକେ ଏବେ ବେସାହାରା ଅବସ୍ଥାରେ ପଡ଼ିଛନ୍ତି । ଏହି ଗରିବ ପରିବାରକୁ କେନ୍ଦ୍ରାପଡା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ପକ୍ଷରୁ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯାଇଛି । ମାର୍ଶାଘାଇ ଶାଖା ପକ୍ଷରୁ ସଭାପତି ପ୍ରମୋଦ ସାହୁ, ମାର୍ଶାଘାଇ ଶାଖାର ପରିଚାଳକ ରଞ୍ଜନ ସାହୁ, କର୍ମଚାରୀ ମୋହନ ସେନାପତି, ଦୈନିକ ସଂଗ୍ରହକାରୀ ସର୍ବଶ୍ରୀ ଅନନ୍ତ ଦାସ, ଧନେଶ୍ୱର ସାହୁ, ବିଶ୍ୱରଞ୍ଜନ ମନ୍ତ୍ରୀ ପ୍ରମୁଖ ମାଣତିରି ଗ୍ରାମରେ ପହଂଚି ଏହି ଅଗ୍ନିବିପନ୍ନ ପରିବାରକୁ ରାଶନ ସାମଗ୍ରୀ ପାଇଁ ୫୦୦୦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମକୁ ଗ୍ରାମର ଲୋକମାନେ ମଧ୍ୟ ପ୍ରଶଂସା କରିଥିଲେ ।