ବମ୍ବେଲାଲ୍ବାଗ ଡିଜାଇନରେ ଗଣେଶ ମୂର୍ତ୍ତି ପ୍ରସ୍ତୁତି

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତରଗତ ବାଲିପଡା ଗ୍ରାମର ଗଣପତି ୟୁଥ କ୍ଲବ୍ ପକ୍ଷରୁ ଚଳିତବର୍ଷ ଗଣେଶ ପୂଜା ଉତ୍ସବକୁ ଆକର୍ଷଣୀୟ କରିବାକୁ ଆୟୋଜନ କରାଯାଇଛି ଓ ଦୀର୍ଘ ୨୬ବର୍ଷ ଧରି ୟୁଥ କ୍ଳବ ଆନୁକୂଲ୍ୟରେ ଗଣେଶ ପୂଜା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଗଣେଶ ପୂଜା ଉତ୍ସବ ପାଇଁ ବାଲିପଡା ଗ୍ରାମ ଉତ୍ସବ ମୁଖର ହୋଇପଡିଥାଏ । ଦୀର୍ଘ ୨୬ବର୍ଷ ଧରି ଗଣେଶ ପୂଜା ଉତ୍ସବ ଆୟୋଜନ କରିଆସୁଥିବା ବାଲିପଡା ଗଣପତି ୟୁଥ କ୍ଲବ ପ୍ରତି କିଛି ନୂଆ କରି ଦେଖାଇବା ପାଇଁ ପ୍ରୟାସ କରିଥାଏ । ଚଳିତ ବିଘ୍ନ ବିନାଶକ ପ୍ରଭୁ ଗଣେଶକୁ ପୂଜା ଉତ୍ସବକୁ ନିଆରା, ଅଧିକ ଆକର୍ଷଣୀୟ ଓ ସ୍ୱତନ୍ତ୍ର କରିବା ପାଇଁ ଗଣପତି ୟୁଥ କ୍ଲବ ସଭାପତି ସୌମ୍ୟରଞ୍ଜନ ଦାସ, ଉପସଭାପତି ଜ୍ଞାନରଞ୍ଜନ ମହାକୁଳ, ସମ୍ପାଦକ ଚଦ୍ରକାନ୍ତ ସାହୁ ଓ କୋଷାଧକ୍ଷ ଦୀପକ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କ୍ଲବ ସଦସ୍ୟ ମାନଙ୍କ ସକ୍ରିୟ ସହଯୋଗରେ ବ୍ୟାପକ ପ୍ରସ୍ତୁତି ଓ ମହାଆୟୋଜନ କରାଯାଇଛି ଓ ଭାରତ ପ୍ରସିଦ୍ଧ ବମ୍ବେ ନଗରୀର ଲାଲବାଗ ଡିଜାଇନ ଗଣେଶ ମୂର୍ତ୍ତି ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ଓ କଟକର ସୁନାମଧନ୍ୟ କୁଶଳୀ ମୂର୍ତ୍ତି କାରିଗରମାନେ ଷ୍ଟୋନ ଓ ମୋତି ମାଳରେ ପ୍ରଭୁ ଗଣେଶ ମୂର୍ତ୍ତି ତିଆରି କରି ବିରାଜମାନ କରିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଅପୂର୍ବ ସାଜସଜ୍ଜା ଓ ଆକର୍ଷଣୀୟ ଫୁଲ ତୋରଣ କରାଯାଇ ଗଣପତି ମଣ୍ଡପକୁର ଶୋଭାବର୍ଦ୍ଧନ ପାଇଁ ସମସ୍ତ ଯୋଜନା କରାଯାଇଛି । ଗଣେଶ ଭସାଣି ଶୋଭାଯାତ୍ରାକୁ ନିଆରା ଓ ଅଧିକ ଆକର୍ଷଣୀୟ କରିବା ପାଇଁ ବ୍ରହ୍ମପୁର ସରସ୍ୱତୀ ବ୍ୟାଣ୍ଡ ପାର୍ଟି ସହିତ ସମ୍ବଲପୁର ହନୁମାନ ଘଣ୍ଟ ଭସାଣି ଉତ୍ସବର ମାହୋଲକୁ ସ୍ୱତନ୍ତ୍ର କରି ଗଢି ତୋଳିବ ବୋଲି  ଗଣପତି ୟୁଥ କ୍ଲବ କର୍ମକର୍ତାମାନେ ପ୍ରକାଶ କରିଛନ୍ତି ।