ଶିରିଡ଼ି-ନାସିକ ଯାତ୍ରା କଲେ ବରିଷ୍ଠ ନାଗରିକ
ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ତୀର୍ଥଯାତ୍ରୀଙ୍କ ଶିରିଡ଼ି-ନାସିକ ଯାତ୍ରାକୁ ଅତିରିକ୍ତ ଜିଲାପାଳ ପ୍ରଶାସନନବକ୍ରିଷ୍ଣ ଜେନା ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ଉପ ନିଦେ୍ର୍ଦଶକ, ପର୍ଯ୍ୟଟନ ବିକାଶ ଅଧିକାରୀ, ସୁଶ୍ରୀ ହିମାଳୟ ତ୍ରିପାଠୀ ଉପସ୍ଥିତ ଥିଲେ । ଯାଜପୁର ଜିଲ୍ଲାରେ ସମୁଦାୟ ୧୪୨ଜଣ ବରିଷ୍ଠ ତୀର୍ଥଯାତ୍ରୀ ଶିରିଡି ଓ ନାଶିକ ଯାତ୍ରା କରିଛନ୍ତି । ତୀର୍ଥଯାତ୍ରୀ ବାଲେଶ୍ୱର ରେଳ ଷ୍ଟେସନରୁ ଶିରିଡି-ନାସିକ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିଛନ୍ତି । ବାର୍ଷିକ ନାଗରିକ ତୀର୍ଥ ଯାତ୍ରା ଯୋଜନା, ୨୦୨୪-୨୫ର ଦ୍ୱିତୀୟ ଯାତ୍ରା ଯାଜପୁର ପାଇଁ ଅଯୋଧ୍ୟା-ବାରାଣସୀ ପାଇଁ ୧୮ ରୁ ୨୩ ଏପ୍ରିଲ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।