ବନ୍ଧୁତ୍ୱ ଦିବସରେ ବୃକ୍ଷରୋପଣ
ପଟ୍ଟାମୁଣ୍ଡାଇ : ଆନ୍ତର୍ଜାତିକ ବନ୍ଧୁତ୍ୱ ଦିବସ ଅବସରରେ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ୧୯୮୬ବ୍ୟାଚ ଛାତ୍ରମାନେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଜୀବ କର, ଗୋପୀନାଥ ତ୍ରିପାଠୀ, ମନୋରଞ୍ଜନ ଦାଶ, ଡମ୍ବରୁ ରାଉତ,ସୁଶାନ୍ତ ନାୟକ, ତ୍ରିଲୋଚନ ନାୟକ, ରମେଶ ଚନ୍ଦ୍ର ଦାସ, ଶତ୍ରୁଘ୍ନ ସାହୁ ପ୍ରମୁଖ ଯୋଗ ଦେଇ ଏମଏନ ହାଇସ୍କୁଲ ପରିସରରେ ବୃକ୍ଷରୋପଣ କରିଥିଲେ ।