ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦହିପଣା ବଣ୍ଟନ

 ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ଫେଜ-୧ର ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ନିଳାଦ୍ରୀବିହାର ଆମ ବସଷ୍ଟାଣ୍ଡ ନିକଟରେ ଏକ ଜଳ ସେବା କେନ୍ଦ୍ର ଖୋଲାଯାଇ ଦିନ ୧୧ଟାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ପଥଚାରୀ ଓ ବସଯାତ୍ରୀମାନଙ୍କୁ ସ୍ୱାଦିଷ୍ଟ ଦହିପଣା ବଣ୍ଟନ କରାଯାଇଥିଲା । ଏହି ମତ କାର୍ଯ୍ୟରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟ,ସଭ୍ୟମାନେ ସକ୍ରିୟ ସହଯୋଗ କରିଥିଲେ । ଆଗାମୀ ଦିନରେ ସଂଘ ଏହିପରି ସମାଜସେବା କରିବା ପାଇଁ ସଂକଳ୍ପବଧ ହୋଇଛି ।