ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ

ରାୟଗଡ: ରାୟଗଡ ଜିଲ୍ଲାସ୍ତରୀୟ ସାଂସଦ କ୍ଷେତ୍ର ସଡକ ସୁରକ୍ଷା ବୈଠକ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ  ରାୟଗଡ ବିଧାୟକ ଆପାଳ ସ୍ୱାମୀ କାଡ୍ରାକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ପାରୁଲ ପଟାୱରୀ, ସିଡିଓ ତଥା ଇଓ ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରମୁଖ ଯୋଗଦାନ କରି ଜିଲ୍ଲାରେ ସଡକ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ଆଲୋଚନା କରିଥିଲେ । ସଡ଼କ ସୁରକ୍ଷା ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କଲେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟ ହ୍ରାସ ପାଉ ନଥିବାରୁ ମାନ୍ୟବର ସାଂସଦ ଏହି ବୈଠକରେ ଉଦ୍ବେଗ ପ୍ରକାଶ କରିଥିଲେ । ସେହିପରି ବିଧାୟକ ରାୟଗଡ଼ ଓ ଗୁଣୁପୁର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଜଣସଚେତନତା ସୃଷ୍ଟି କରିବାକୁ କହିଥିଲେ ଓ ସେଥିର ନିଜେ ସାମିଲ ହେବାକୁ କହିଥିଲେ । ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକକ୍ଷରୀ ଶ୍ରୀ ଶିବ ଶଙ୍କର ଚୌଧୁରୀ ବିସ୍ତୃତ୍ୱ ଭାବରେ ସଡକ ସୁରକ୍ଷା କମିଟିର ଭୂମିକା ଓ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରିଥିଲେ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧,୮୧,୬୦୦ଟି ଗାଡି ପଞ୍ଜିକୃତ ହୋଇଥିବା ବେଳେ ୧,୪୩, ୪୬୪ଟି ଗାଡ଼ି ଚଳାଚଳ କରୁଛନ୍ତି । ପ୍ରତ୍ୟେକ ବର୍ଷ ଗାଡ଼ି ପଞ୍ଜିକରଣ ଜିଲ୍ଲାରେ ୧୬%ବୃଦ୍ଧି ପାଉଥିବା ପ୍ରକାଶ କରିଥିଲେ । ଏହି କମିଟି ଜିଲ୍ଲାରେ ସଡକ ଦୁର୍ଘଟଣା ଜନିତ ମୃତୁ୍ୟକୁ ହ୍ରାସ କରିବା ନିମନ୍ତେ ପରିଚାଳନା କରିବା, ଦୁର୍ଘଟଣା ଜନିତ କରଣ ଅନୁଧ୍ୟାନ କରି ଚିହ୍ନଟ କରିବା, ଦୁର୍ଘଟଣାସ୍ଥଳ ଚିହ୍ନଟ କରିବା, ଦୁର୍ଘଟଣା ହ୍ରାସ କରିବା ପାଇଁ ସଡକ ସୁରକ୍ଷା କାର୍ଯ୍ୟ ଯୋଜନାକୁ ସୃଷ୍ଟି କରିବା ଓ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ ଦେବା, ସଚେତନତା ସମ୍ବନ୍ଧୀୟ ୪ଟା କାର୍ଯ୍ୟ ଯଥା ଶିକ୍ଷକ, କଡାକଡି ଯାଞ୍ଚ କରିବା, ଆଶୁ ଚିକିତ୍ସା ଏବଂ ଇଂଜିନରିଙ୍ଗ କାର୍ଯ୍ୟକାରୀ କରିବା ଆଦି ଉପରେ ଆଲୋଚନା କରାଯାଇଥିଲା ।  ଆଜିର ଏହି ବୈଠକରେ ଅନ୍ୟମାନଙ୍କ ଅତିରକ୍ତ ଆରଟିଓ,ଏମ୍ଭିଆଇ ରାଜ କୁମାର ବେହେରା, ଆରଟିଓ ଅଫିସର କର୍ମଚାରୀ,ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ଅଟଆସୋସିଏସନ, ଡ୍ରାଇଭର ମହାସଂଘ  ଆଦି ଯୋଗ ଦେଇଥିଲେ ।