ଖବର ପ୍ରସାରଣ ପରେ ବିଡ଼ିଓଙ୍କ ତତ୍ପରତା
ଓଡପଡା : ୮ା୬ା୨୦୨୫ରେ "ସୂର୍ଯ୍ୟପ୍ରଭା' ଖବର କାଗଜରେ ପ୍ରକାଶିତ ଢେଙ୍କାନାଳ ଜିଲ୍ଲା ଓଡାପଡା ଅନ୍ତର୍ଗତ ଇନ୍ଦିପୁର ପଞ୍ଚାୟତରେ ଥିବା ପଳାଶୁଧା ପୋଖରୀର ମାଟିକୁ ମେସିନ ସହାଯ୍ୟରେ ଖୋଳାଯାଇ ସେହି ମାଟିକୁ ପାଳସୁଦ୍ଧା ଠାରୁ ବେଶେଳିଆ ପର୍ଯ୍ୟନ୍ତ ଦୀର୍ଘ ୪ କିଲୋମିଟର ଜାଗାରେ ସେଇ ମାଟି ବ୍ୟବହୃତ ହେଇ ନୂତନ ରାସ୍ତା ହେଉଥିଲା । ପାଳସୁଦ୍ଧା ପୋଖରୀକୁ ମେସିନରେ ଖୋଳି ୧୪୭ ଜଣଙ୍କ ନାମରେ ମନରେଗା ଯୋଜନାରେ ବିଲ ଉଠାଇ ଚଞ୍ଚକତା ଆଜି ପଦାରେ ପଡିଛି । ବିଲ ଉଠାଇବା ପାଇଁ ଚାଲିଥିଲା ଫଳକ ନିର୍ମାଣ । ଫଳକ ତିଆରି ପାଇଁ ଚାଲିଥିଲା ଚୋର ଘର ସବୁଦିନ ଅନ୍ଧାର ନଥିଲା ଭଳି ଆଜି ସକାଳ ପ୍ରାୟ ୧୦ ଟା ସମୟରେ ବ୍ଲକ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଅଚାନକ ପାଳସୁଦ୍ଧା ପୋଖରୀ ତଦାରଖ କରିବାକୁ ଆସିଥିବା ସମୟରେ ପୋଖରୀ କାର୍ଯ୍ୟକୁ ଏକ ମେସିନ ସାହାଯ୍ୟରେ ଖୋଳା ଯାଉଥିବାର ଦେଖିବାକୁ ପାଇବା ଶହ ତତକ୍ଷଣାତ କାମ ବନ୍ଦ କରି ମେସିନ ଜବତ କରିଥିଲେ । ରାଜ୍ୟ ସରକାରଙ୍କ ମନରେଗା କାର୍ଯ୍ୟରେ ମେସିନ ଲାଗିପାରିବନିର କଡା ନିଦେ୍ର୍ଧଶ ଥିବା ସ୍ୱତେ ଓଡାପଡା ବ୍ଲକର ଅଧିକାଂଶ ପଂଚାୟତରେ ମେସିନ ସାହାଯ୍ୟରେ ଲୁଟୁଛନ୍ତି ମନରେଗା କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା । ମୋଟା ଅଙ୍କର ପିସି ନେଇ ଉଭୟ ଅଫିସର ଏବଂ ଠିକାଦାରଙ୍କ ସଲାସୁତୁରାରେ ଲୁଟି ଚାଲିଛନ୍ତି ସରକାରୀ ଅର୍ଥ ।