ବରୁଣେଇ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

 ସିଂହପୁର  : ସାରସ୍ୱତ ସଂଗଠନ ବରୁଣେଇ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ମେଧାବୃତି ପ୍ରଦାନ କାର୍ଯ୍ୟକ୍ରମ ମଲିଆ ଯଜ୍ଞପଡ଼ିଆ ଠାରେ ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ସୁଧୀର କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉସôବରେ ଅତିଥି ଭାବେ ଡ଼. କୃତିବାସ ନାୟକ, ଡ. ଦେବ ପ୍ରସାଦ ସାମଲ, ବସନ୍ତ କୁମାର ମାଝୀ, ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା, କବି ସରୋଜ କୁମାର ଧଳ, ସ୍ତମ୍ଭକାର ରବିନାରାୟଣ ଧଳ ପ୍ରମୁଖ ଯୋଗଦେଇ ଭାଷା, ସାହିତ୍ୟ, ସଂସ୍କୃତି ସୁରକ୍ଷା ଉପରେ ଗ୍ରାମାଞ୍ଚଳର ସାହିତ୍ୟ ପ୍ରତିଭା ମାନଙ୍କ ଭୂମିକାକୁ ନେଇ ଆଲୋକପାତ କରିଥିଲେ । ଏହି ଅବସରରେ ମାଟ୍ରିକ ପରୀକ୍ଷାରେ  ମେଧାବୀ ଛାତ୍ରଛାତ୍ରୀମାନଙ୍କୁ "ମାଧବାନନ୍ଦ ଗୁରୁ ସମ୍ମାନରେ ସମ୍ମାନିତ କରାଯିବା ସହ ଶିକ୍ଷାବିତ୍ ସଚ୍ଚିଦାନନ୍ଦ ଗୁରୁଙ୍କ ରାଚିତ ପୁସ୍ତକ "ଜୀବନ ପରିଧି’ର ଲୋକାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ଅନେକ ଶିକ୍ଷାବିତ ସାମିଲ ହୋଇ ଓଡ଼ିଆ ଭାଷା ସାହିତ୍ୟର ଇତିହାସ ଓ ଗାରିମା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷାବିତ୍ ରମାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।