ଝୁମର ଆଖଳା କାର୍ଯ୍ୟକ୍ରମ
ବେତନଟୀ : ବେତନଟୀ ଥାନା ଅନ୍ତର୍ଗତ କୈଳାସଚନ୍ଦ୍ରପୁର ଠାରେ ସଂଗଠନର ସମ୍ପାଦକ ଗଣେଶ୍ୱର ମହାନ୍ତିଙ୍କ ପୌରହିତ୍ୟରେ ଝୁମର ଆଖଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗାଁ ଝୁମର ଆଖଳା ମୟୂରଭଞ୍ଜର ସଭାପତି ରଜନୀକାନ୍ତ ମହାନ୍ତି ଯୋଗଦାନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ମହାନ୍ତି ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଏହି ସଂଗଠନ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ । ଏହାପରେ ଅନୁଷ୍ଠାନ ତରଫରୁ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଝୁମର ଗୀତ, ଟୁସୁ ଗୀତ, ବିବାହ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ‘ଆମ ସଂସ୍କୃତି କଣ ଥିଲା, କଣ ହେଲା, କଣ ହେବାକୁ ଯାଉଛି’ ଏହି ପ୍ରସଙ୍ଗରେ ବକ୍ତୃତା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ରତିକାନ୍ତ ମହାନ୍ତି, ମହେଶ୍ୱର ମହାନ୍ତି, ପ୍ରଶାନ୍ତ ମହାନ୍ତି ଓ ଗଣେଶ୍ୱର ମହାନ୍ତି ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ଥିଲେ । ପ୍ରତିଯୋଗିତା ଗୁଡିକ ଶେଷ ହେବା ପରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାପତି ରଜନୀକାନ୍ତ ମହାନ୍ତି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସମାଜସେବୀ ବସନ୍ତ ପାତ୍ର ମଞ୍ଚ ପରିଚାଳନା କରିବା ସହ ଦୁର୍ଯୋଧନ ମହାନ୍ତି, ପ୍ରଶାନ୍ତ ମହାନ୍ତି, ମା ସିନ୍ଦୁର ଗୌରୀ ୟୁଥ କ୍ଲବର କୃଷ୍ଣ ମହାନ୍ତି, କାଳିଆ ମହାନ୍ତି ଓ ଜଗନ୍ନାଥ ମହାନ୍ତି ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।