ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର


ାା ପ୍ରଭାନୁ୍ୟଜ୍ ।ା ନବରଙ୍ଗପୁର, : ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିରରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ନିଜର ବ୍ୟକ୍ତିଗତ, ସାମୂହିକ ଆପତ୍ତି ଅଭିଯୋଗର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଭେଟି ଜଣାଇବା ପାଇଁ ଆସିଥିବା ୩୪ଜଣ ଙ୍କର ନାମ ପଞ୍ଜୀକରଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ୨୪ଜଣ ଙ୍କର ରହିଥିବା ବେଳେ ଦଳଗତ ୧୦ ଗୋଟି ରହିଥିଲା । ଏଥିରେ ରାସ୍ତା ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ, ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା, ପୁଲିସ କେଶ୍, ଜମି ବିବାଦ, ବିଦୁ୍ୟତ୍ ସଂଯୁକ୍ତ କରଣ, ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ, ବିଦ୍ୟାଳୟ ଗୃହ ମରାମତି, ସ୍ୱାସ୍ଥ୍ୟ ଚିକିସôା,ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା,ସାମାଜିକ ସୁରକ୍ଷା ସହାୟତା ଆଦି କେଶ୍ ସଂକ୍ରାନ୍ତୀୟ  ଆପତ୍ତି ଅଭିଯୋଗ  ଜିଲ୍ଲପାଳ ଡଃ କମଳ ଲୋଚନ ମିଶ୍ର ଶୁଣାଣି କରି ଏସବୁ ର ସମାଧାନ ନିମନ୍ତେ  ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚିନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଏସ୍ଡିପିଓ ଉମରକୋଟ, ମଧୁଶିକ୍ତା ମିଶ୍ର ପ୍ରମୁଖ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ  ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗଦେଇ ଥିଲେ ।