ମାଗୁଣିଙ୍କୁ ଜିଲ୍ଲା କଂଗ୍ରେସ୍ ସଭାପତି କରାଯାଉ
କୁଆଖିଆ : ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଦେଶ କଂଗ୍ରେସ ଆହ୍ୱାନ କ୍ରମେ ରାଜ୍ୟରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି ମନୋନୟନ ପକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦେ୍ଦଶ୍ୟରେ ଦଳ ପକ୍ଷରୁ ନିର୍ଦେଶନାମା ଜାରି ହୋଇ ଥିବାବେଳେ ବର୍ତ୍ତମାନ ଯାଜପୁର ଜିଲ୍ଲା ସଭାପତି ଭାବରେ ମାଗୁଣି ଜେନାଙ୍କୁ ମନୋନୀତ ନିମିତ ଜିଲ୍ଲା ଅନୁସୂଚିତ ବର୍ଗଙ୍କ ପକ୍ଷରୁ ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ କୁଆଖିଆ ସ୍ଥିତ ଅଭିମନ୍ୟୁ ସାମନ୍ତ ସିପ୍ସହାର ଭବନରେ ଆୟୋଜିତ ଏକ ସାଙ୍ଗଠନିକ ବୈଠକରେ ଜିଲ୍ଲାର ୧୦ ଗୋଟି ବ୍ଲକର ଅନୁସୂଚିତ ଜାତି ସଙ୍ଗଠନର କାର୍ଯ୍ୟକର୍ତ୍ତା ଯୋଗଦେଇ ଜିଲ୍ଲାର ଅନୁସୂଚିତ ବର୍ଗ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିବା ସହିତ ସ୍ୱାଧିନତା ପରଠାରୁ ଯାଜପୁରକୁ ଲୋକସଭା ଆସନ ପାଇଁ ସଂରକ୍ଷିତ କରା ଯାଇଥିଲେ ହେଁ ଜିଲ୍ଲା ସଭାପତି ଭାବରେ ଅନୁସୂଚିତ ବର୍ଗର ଲୋକଙ୍କୁ ଆଗ୍ରାଧିକାର ଦିଆ ଯାଇନାହିଁ । ତେଣୁ ଜିଲ୍ଲାରୁ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ପ୍ରଚାର କମିଟି ଅଧ୍ୟକ୍ଷ ମାଗୁଣି ଜେନାଙ୍କୁ ମନୋନୀତ କରିବା ପାଇଁ ସଂଗଠକ ପ୍ରସ୍ତାବ ଦେଇଥିଲେ । ବୈଠକରେ କଂଗ୍ରେସ୍ ନେତା ମାଗୁଣି ଜେନା, ବିଦ୍ୟାଧର ମଳିକ, ନାରାୟଣ ମଳିକ ,ଶ୍ରୀକାନ୍ତ ମଳିକ ,ବାବୁଲି ପେରାଇ, ରମାକାନ୍ତ ବେହେରା ,ସତ୍ୟନନ୍ଦ ମଳିକ ,ସୁଶାନ୍ତ କୁମାର ମଳିକ, ପ୍ରମୁଖ ଜିଲ୍ଲାର କର୍ମକର୍ତ୍ତାଉପସ୍ଥିତ ଥିଲେ ।